ଆଗାମୀ ୧୦ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳ ୨୦ ପ୍ରତିଶ୍ରତ ଅଭିବୃଦ୍ଧି ହାସଲ କରିବ;ଅମିତ ଶାହା
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ନାବାର୍ଡ, ଆର୍.ବି.ଆଇ ଏବଂ ଉତ୍ତର ପୂର୍ବ ଉନ୍ନୟନ ଫାଇନାନ୍ସ କର୍ପୋରେସନ ଲିମିଟେଡକୁ ଉତ୍ତର- ପୂର୍ବାଞ୍ଚଳ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପୃଥକ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ କହିଛନ୍ତି। ସେ କହିଛନ୍ତି, ଏହି ଅଞ୍ଚଳର ଏକ ସ୍ୱତନ୍ତ୍ର ଭୌଗୋଳିକ ସ୍ଥିତି ରହିଥିବାରୁ ସମଗ୍ର ଦେଶ ପାଇଁ ଗୋଟିଏ ମାର୍ଗଦର୍ଶିକା ସମ୍ଭବ ନୁହଁ।
ଅଗରତାଲାଠାରେ ଉତ୍ତର-ପୂର୍ବ ବ୍ୟାଙ୍କ ସମ୍ମିଳନୀ୨୦୨୪କୁ ସମ୍ବୋଧିତ କରି ପୁଞ୍ଜିନିବେଶକୁ ଆକୃଷ୍ଟ କରିବା କ୍ଷେତ୍ରରେ ଏହି ଅଞ୍ଚଳ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ହାରାହାରି ୨୦ ପ୍ରତିଶତ ଅଭିବୃଦ୍ଧି ହାର ଦେଖିବାକୁ ମିଳିବ।

ଅର୍ଥ ଯୋଗାଣ ସମୟରେ ବ୍ୟାଙ୍କଗୁଡ଼ିକୁ କୋହଳ ମନୋଭାବ ପୋଷଣ କରିବାକୁ କହି ଶାହା କହିଛନ୍ତି, ଏହି ଅଞ୍ଚଳର ସମୃଦ୍ଧି ପାଇଁ ଆର୍ôଥକ ନୀତିକୁ ନମନୀୟ କରିବାକୁ ପଡ଼ିବ। ସେ କହିଛନ୍ତି, ଉତ୍ତର-ପୂର୍ବାଞ୍ଚଳରେ ପ୍ରଚୁର ସମ୍ଭାବନା ଥିବାରୁ ଏହାର ପ୍ରଗତି ଓ ବିକାଶ ସୁନିଶ୍ଚିତ କରିବା ଜାତୀୟ କର୍ତ୍ତବ୍ୟ।
ଏହି ଅଞ୍ଚଳ ବିକଶିତ ଭାରତ ଏବଂ ରପ୍ତାନି ଦୃଷ୍ଟିକୋଣରୁ ଦେଶର ପ୍ରବେଶ ଦ୍ୱାରରେ ପରିଣତ ହେବ ବୋଲି ସେ କହିଛନ୍ତି। ଆଜି ଅପରାହ୍ନରେ ଅଗରତାଲାରେ ଉତ୍ତର-ପୂର୍ବ ପରିଷଦର ୭୨ତମ ପୂର୍ଣ୍ଣାଙ୍ଗ ବୈଠକରେ ଉଦ୍ବୋଧନ ଦେଇ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଉତ୍ତର-ପୂର୍ବାଞ୍ଚଳକୁ ସବୁଠାରୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ସେ କହିଛନ୍ତି, ଗତ ୧୦ ବର୍ଷ ଉତ୍ତର-
ପୂର୍ବାଞ୍ଚଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।
କେନ୍ଦ୍ର ସରକାର ନିବେଶକମାନଙ୍କୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ପୁଞ୍ଜିନିବେଶ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଶ୍ରୀ ଶାହା କହିଛନ୍ତି, ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ କେବଳ ଦିଗରେ ବଡ଼ ବଡ଼ କଥା କୁହାଯାଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେବା ପାଇଁ ଆନ୍ତରିକ ପ୍ରୟାସ କରୁଛନ୍ତି । ସେ କହିଛନ୍ତି, ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇପାରିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।
ଉତ୍ତର-ପୂର୍ବାଞ୍ଚଳକୁ ଦେଶର ଅନ୍ୟ ।ନ୍ୟ ଅଞ୍ଚଳ ସହ ସମକକ୍ଷ କରିବା ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଲକ୍ଷ୍ୟ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉତ୍ତର ପୂର୍ବାଞ୍ଚଳରେ ଉଗ୍ରବାଦ ଓ ହିଂସାକୁ ଦମନ କରି ସେଠାରେ ଶାନ୍ତି ପ୍ରତିଷ୍ଠା କରିବାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଅଞ୍ଚଳରେ ଉଗ୍ରବାଦୀ କାର୍ଯ୍ୟକଳାପ ୭୧ ପ୍ରତିଶତ ଓ ହିଂସାଜନିତ ମୃତ୍ୟୁସଂଖ୍ୟା ୬୦ ପ୍ରତିଶତ ହ୍ରାସ ପାଇଛି।












Click it and Unblock the Notifications