ପୂର୍ବୋତ୍ତର ରାଜ୍ୟରେ ଜଳ ପ୍ରଳୟ,ଗଲାଣି ୪୮ ଜୀବନ
ବର୍ଷା ପରେ ବନ୍ୟା ସ୍ଥିତି, ଉତ୍ତର-ପୂର୍ବ ଅଞ୍ଚଳରେ ଏବେ ସ୍ଥିତି ସଙ୍ଗୀନ୍ । ସବୁଠି ଜଳପ୍ରଳୟ, ପ୍ରକୃତି କରୁଛି ତାଣ୍ଡବ । ବର୍ଷା ପରେ ବନ୍ୟା ସ୍ଥିତିରେ ବେହାଲ ହୋଇଛି ଆସାମରେ ବନ୍ୟା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଆସାମରେ ବନ୍ୟା ଯୋଗୁଁ ୬, ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ୧୭ରେ ପହଞ୍ଚିଛି । ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ ମୋଦି ପୂର୍ବୋତ୍ତର ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିବା ପାଇଁ ଆସାମ ଏବଂ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହାୟତା ଦେବାକୁ ଆଶ୍ବାସନା ଦେଇଛନ୍ତି । ବନ୍ୟା ଯୋଗୁଁ ଆସାମରେ ୧୭ ଜଣ, ଅରୁଣାଚଳ ପ୍ରଦେଶରେ ୧୨, ମେଘାଳୟରେ ୬, ମିଜୋରାମରେ ୫, ସିକ୍କିମରେ ୪, ତ୍ରିପୁରାରେ ୨ ଏବଂ ନାଗାଲାଣ୍ଡ ଏବଂ ମଣିପୁରରେ ୧-୧ ଜଣଙ୍କର ଜୀବନ ଚାଲିଯାଇଛି ।












Click it and Unblock the Notifications