୨୪ ଘଣ୍ଟା ମଧ୍ୟରେ ଏହିସବୁ ସ୍ଥାନରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା !
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ବିଦର୍ଭ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥୁବା ସୂଚନା ଦିଆଯାଇଛି । ମଧ୍ୟପ୍ରଦେଶର ଉତ୍ତର ପୂର୍ବାଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି ଇଛି ଏବଂ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ମଧ୍ୟପ୍ରଦେଶ ଏବଂ ତତ୍ଫୁଲ ସଂଲଗ୍ନ ଉତ୍ତରପ୍ରଦେଶର କେନ୍ଦ୍ରାଞ୍ଚଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।

ଆଗାମୀ ୬ ଦିନ ମଧ୍ୟରେ ଆସାମ, ମେଘାଳୟ ଏବଂ ଅରୁ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦିଆଯାଇଛି । ସେହିପରି ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି ।












Click it and Unblock the Notifications