ଥଣ୍ଡାରେ ଥରୁଛି ଉତ୍ତର ଭାରତ,-19 ଡିଗ୍ରୀରେ ଉତ୍ତରାଖଣ୍ଡ
ଉତ୍ତର ଭାରତର ପାହାଡିଆ ଏବଂ ସମତଳ ଅଞ୍ଚଳରେ ଶନିବାର ପ୍ରବଳ ଥଣ୍ଡା ଦିନ ଥିଲା, ଲୋକମାନେ ପ୍ରବଳ ଥଣ୍ଡାରେ ଥରୁଥିଲେ। ଗତ କିଛି ଦିନ ଧରି କଶ୍ମୀର ଉପତ୍ୟକାରେ ତାପମାତ୍ରା ଶୂନ୍ୟ ସୀମା ତଳେ ରହିଛି ଏବଂ ଦିଲ୍ଲୀ ଶୀତ ଋତୁର ସବୁଠାରୁ ଥଣ୍ଡା ସକାଳ ରେକର୍ଡ କରିଛି। ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାସ୍ଥିତ ମୁନସ୍ୟାରୀରେ ରାତି ତାପମାତ୍ରା ବିଯୁକ୍ତ ୧୯ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ଶନିବାର ସକାଳେ ଛିଡ଼କାନୀରେ ଝରଣା ପାଣି ବରଫ ପାଲଟି ଯାଇଛି । ଚମୋଲୀ, ଉତ୍ତରକାଶୀ, ରୁଦ୍ରପ୍ରୟାଗରେ ପାଇପ୍ଲାଇନ୍ରେ ପାଣି ଜମାଟ ବାନ୍ଧିଯାଇଛି । ଫଳର ଜଳଯୋଗାଣ ପ୍ରଭାବିତ ହୋଇଛି ।

ରାଜସ୍ଥାନର ୧୩ଟି ଜିଲ୍ଲାରେ ଘନ କୁହୁଡ଼ି ଓ ଶୀତ ଲହରି ଜାରି ରହିଛି । କାଲୁଆ ପବନ ଯୋଗୁ ଥଣ୍ଡା ଆହୁରି ବଢ଼ିଛି । ବିହାରର ୩୨ ଜିଲ୍ଲାରେ ଘନ କୁହୁଡ଼ି ଛାଇଯାଇଥିଲା । ଆସନ୍ତା ସପ୍ତାହକ ପାଇଁ ଏଥିରୁ ତ୍ରାହି ମିଳିବାର ସମ୍ଭାବନା ନାହିଁ । ଉତ୍ତରପ୍ରଦେଶର ୩୦ ସହରରେ ଘନ କୁହୁଡ଼ି ହୋଇଥିଲା ।
ଗୋରଖପୁର, ଲକ୍ଷେ୍ନ ଓ ବାରାଣସୀ ସମେତ ତମାମ ଷ୍ଟେସନରେ ୫୦ରୁ ଅଧିକ ଟ୍ରେନ ଚଳାଚଳ ବିଳମ୍ବ ହୋଇଛି । ବିମାନ ଚଳାଚଳ ବି ପ୍ରଭାବିତ ହୋଇଛି । ରାଜଧାନୀ ଦିଲ୍ଲୀରେ ଥଣ୍ଡା ୧୫ ବର୍ଷର ରେକର୍ଡ ଭାଙ୍ଗିଛି । ଶନିବାର ଏଠାରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀକୁ ଖସିଆସିଛି । ଶୁକ୍ରବାର ଏହା ୪.୬ ଡିଗ୍ରୀ ରେକର୍ଡ ହୋଇଥିଲା । ୨୦୧୧ ପରଠାରୁ ସର୍ବନିମ୍ନ ତାପମାତ୍ରା ଏତେ କମ୍ ହୋଇ ନ ଥିଲା ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ.....












Click it and Unblock the Notifications