ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ସାଧାରଣ ଦର୍ଶନ ବନ୍ଦ

President Puri Visit: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପୁରୀରେ ପହଞ୍ଚିବା ପରେ ବଡ଼ ଦାଣ୍ତରେ ଚାଲି ଚାଲି ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରେ ପ୍ରାୟ ୧ ଘଣ୍ଟା ରହିବେ । ଆଜି ଅପରାହ୍ନରେ ରାଷ୍ଟ୍ରପତି ନୌସେନା ଦିବସରେ କାର୍ଯ୍ୟକ୍ରମରେ ଯୋଗ ଦେବେ । ବ୍ଲୁ ଫ୍ଲାଗ ବିଚରେ ନୌସେନାର ସମରାଭ୍ୟାସ ଦେଖିବେ ମହାମହିମ । ସେହିପରି ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଜି ସାଧାରଣ ଦର୍ଶନ ବନ୍ଦ ରହିବ ।

President Droupadi Murmu

ସେହିପରି ନୌସେନା ଦିବସ ଏବଂ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁରୀରେ ଟ୍ରାଫିକ୍ କଟକଟା ଲାଗୁ କରାଯାଇଛି । ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ଚାରି ଚକିଆ ଗାଡ଼ି ଗୁଡିକ ମାଳତିପାଟପୁରଠାରୁ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଯିବ ।ସେହିପରି ଦୁଇ ଚକିଆ ଗାଡ଼ି ଗୁଡିକ ବାଟଗାଁରୁ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟଲିନ୍ ପର୍ଯ୍ୟନ୍ତ ଯିବ ।

ସେହିପରି କୋଣର୍କ ପଟୁ ଆସୁଥିବା ଗାଡ଼ି ତାଳବଣିଆରେ ପାର୍କିଂ କରି ପାରିବେ ଏବଂ ବ୍ରହ୍ମପୁର ପଟୁ ଆସୁଥିବା ଗାଡି ଗୁଡିକ ଷ୍ଟଲିନ୍ ନିକଟରେ ଗାଡ଼ି ରଖିପାରିବେ । ସେହିପରି ଅରେଞ୍ଜ ପାସଧାରୀ ଜେଲ ରୋଡ ଓ ଶରଧାବାଲିର ପାର୍କିଂ କରି ପାରିବେ ଏବଂ ବ୍ଲୁ ପାସ ରଖିଥିବା ଲୋକମାନେ ନୀଳାଚଳ ଅଶୋକ ଏବଂ ଏସିଏସ କଲେଜରେ ପାର୍କିଂ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+