ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ, ଏହି ସ୍ଥାନରେ ବିକ୍ରି ହୋଇପାରବନି ଆମିଷ
ଅଯୋଧ୍ୟାକୁ ମାଂସ ଏବଂ ମଦ ମୁକ୍ତ କରିବାକୁ ପ୍ରସ୍ତୁତି ଚଳାଇଛି ଉତ୍ତରପ୍ରଦେଶ ପ୍ରଶାସନ । ଅଯୋଧ୍ୟାରେ ରାମନଗରୀର ପବିତ୍ରତା ବଜାୟ ରଖିବା ଲକ୍ଷ୍ୟରେ, ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ରାମ ପଥ, ଧର୍ମ ପଥ, ୧୪ କୋଶୀ ଏବଂ ପଞ୍ଚକୋଶୀ ପରିକ୍ରମା ରୁଟରେ ନିରାମିଷ ଖାଦ୍ୟ ସାମଗ୍ରୀର ବିକ୍ରୟକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି । ଏନେଇ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଆମିଷ ବିକ୍ରି କରୁଥିବା ଦୋକାନକୁ ୭ ଦିନ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ନମାନିଲେ ମହାନଗର ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନତା ଦରବାର ଓ ସିଏମ ପୋର୍ଟାଲ୍ରେ ଶ୍ରୀରାମ ଜନ୍ମଭୂମିରେ ଆମିଷ ବିକ୍ରି ନ କରିବା ନେଇ ଅଭିଯୋଗ ହୋଇଆସୁଥିଲା । ଡେପୁଟି କମିଶନର ଯାଞ୍ଚ ସମୟରେ ରାମ ପଥ ସମୀକ୍ଷା କରିଥିଲେ ଏବଂ ପରିଷ୍କାର ପରିଚ୍ଛନ୍ନତା, ଧାର୍ମିକ ମର୍ଯ୍ୟାଦା ଏବଂ ଭକ୍ତଙ୍କ ଭାବନାକୁ ଧ୍ୟାନରେ ରଖି ମାର୍ଗଦର୍ଶିକା ଦେଇଥିଲେ । ସେ କହିଥିଲେ ଯେ, ଏହି ଅଞ୍ଚଳ ଧାର୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏଠାରେ ନନ୍-ଭେଜ୍ ବିକ୍ରୟ କେବଳ ବିଶ୍ୱାସ ବିରୋଧୀ ନୁହେଁ ବରଂ ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ମଧ୍ୟ ଅନୁପଯୁକ୍ତ ।












Click it and Unblock the Notifications