ଗାଡି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଯଦି ଆପଣଙ୍କର ଫାଷ୍ଟାଗ୍ ନାହିଁ ....ନଭେମ୍ବର ୧୫ ରୁ ଆରମ୍ଭ ହେବ....
ଡିଜିଟାଲ ପେମେଣ୍ଟକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଏହି କ୍ରମରେ ଟୋଲ୍ ପ୍ଲାଜାରେ ଫାସଟ୍ୟାଗ୍ ନଥିବା ଗାଡ଼ି ଯଦି ୟୁପିଆଇ କିମ୍ବା ଅନ୍ୟ କୌଣସି ମଞ୍ଜୁରିପ୍ରାପ୍ତ ଡିଜିଟାଲ ମୋଡ୍ରେ ଶୁଳ୍କ ପୈଠ କରିବେ ତା'ହେଲେ ସେମାନଙ୍କ ଠାରୁ ବର୍ତ୍ତମାନ ତୁଳନାରେ କମ୍ ଅର୍ଥ ନିଆଯିବ।
ଜାତୀୟ ରାଜପଥର ଟୋଲ୍ ପ୍ଲାଜାଗୁଡ଼ିକରେ ଯିବାଆସିବା କରିବା ସମୟରେ ଯଦି ଫାସଟ୍ୟାଗ ନଥାଏ ତାହେଲେ ବର୍ତ୍ତମାନ ଉଭୟ ନଗଦ ଅର୍ଥ କିମ୍ବା ୟୁପିଆଇରେ ଦୁଇଗୁଣା ଅର୍ଥ ଦେବାକୁ ପଡ଼ୁଛି। କିନ୍ତୁ ଆସନ୍ତା ନଭେମ୍ବର ୧୫ରୁ ୟୁପିଆଇ କିମ୍ବା ଅନ୍ୟ ମଞ୍ଜୁରିପ୍ରାପ୍ତ ଡିଜିଟାଲ ମୋଡ୍ରେ ପେମେଣ୍ଟ୍ କରିଲେ ଫାସଟ୍ୟାଗ୍ରେ କଟୁଥିବା ଅର୍ଥ ତୁଳନାରେ ୧.୨୫ ଗୁଣା ଅର୍ଥ ଦେବାକୁ ପଡ଼ିବ।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ରାଜପଥ ଫି ଆଦାୟ ସଂପର୍କରେ ନୂଆ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯଦି ଫାସଟ୍ୟାଗ୍ ଥିବା ଗାଡ଼ିରୁ ୧୦୦ ଟଙ୍କା ଟୋଲ୍ ଫି ଆଦାୟ କରାଯାଉଛି ନଗଦ ଅର୍ଥରେ ଦେଲେ ତାହା ପୂର୍ବଭଳି ଦୁଇଗୁଣା ଅର୍ଥାତ୍ ୨୦୦ ଟଙ୍କା ରହିବ। କିନ୍ତୁ ୟୁପିଆଇ ଜରିଆରେ ପେମେଣ୍ଟ୍ କରାଗଲେ ୧୨୫ ଟଙ୍କା ଦେବାକୁ ପଡ଼ିବ। ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ସହିତ ସ୍ବଚ୍ଛତା ବଢ଼ାଇବା ଏବଂ ଟୋଲ ପ୍ଲାଜାଗୁଡ଼ିକର ପାରଦର୍ଶିତା ବଢ଼ାଇବା ଲକ୍ଷ୍ୟରେ ଏହା କରାଯାଇଛି।












Click it and Unblock the Notifications