ରାଜ୍ ଠାକରେଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି
କୋର୍ଟ ସମାନ ପ୍ରସଙ୍ଗରେ ଏମଏନଏସ ମୁଖ୍ୟଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।
ମୁମ୍ବାଇ: ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ପାର୍ଲୀ କୋର୍ଟ ୨୦୦୮ ମସିହାରେ ହୋଇଥିବା ଏକ ମାମଲାରେ ମହାରାଷ୍ଟ୍ର ନବନିର୍ମାନ ସେନା ମୁଖ୍ୟ ରାଜ ଠାକରେଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏମ୍ ଏନ୍ ଏସ କର୍ମୀମାନେ ରାଜ ଠାକରେଙ୍କ ସମର୍ଥନରେ ପରିବହନ ନିଗମ ବସ୍ରେ ପଥର ଫିଙ୍ଗିବାରୁ ନେଇ ଏକ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ କୋର୍ଟ ସମାନ ପ୍ରସଙ୍ଗରେ ଏମଏନଏସ ମୁଖ୍ୟଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

ସୂଚନା ଅନୁଯାୟୀ, ପରିବହନ ନିଗମ ବସ୍ରେ ପଥର ଫିଙ୍ଗିବା ମାମଲାର ଶୁଣାଣି ପରେ ରାଜ ଠାକରେଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ତେବେ ରାଜ ଠାକରେ କେଉଁ ବି ଶୁଣାଣିରେ ହାଜର ହୋଇନଥିଲେ। ଜାମିନ ପରେ ମଧ୍ୟ ଯେତେବେଳେ ରାଜ ଠାକରେ ସଠିକ୍ ତାରିଖ ରେ କୋର୍ଟ ରେ ହଜାର ହୋଇନଥିଲେ । ତେଣୁ ତାଙ୍କ ନାମରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।
ଏହାପୂର୍ବରୁ, ଫେବୃଆରୀ ୧୦ ରେ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଥିଲେ। ଏହା ପରେ ତାଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ ଠାକରେ କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ କୋର୍ଟ ବର୍ତ୍ତମାନ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି । ବର୍ତ୍ତମାନ ରାଜଙ୍କର ଲାଉଡ ସ୍ପିକର ଉପରେ ଦିଆଯାଇଥିବା ବିବୃତ୍ତି ନେଇ ରାଜ୍ୟ ସରକାରଙ୍କ ସହ ବିବାଦ ଦେଖା ଦେଇଛି।












Click it and Unblock the Notifications