ବିବାଦରେ ବିଏସ ୟେଦୁରପ୍ପା: ଜାରି ହେଲା ଜାମିନବିହୀନ ଗିରଫଦାରୀ ୱାରେଣ୍ଟ
Non Bailable Arrest Warrant: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତା ବିଏସ ୟେଦୁରପ୍ପାଙ୍କ ବିରୋଧରେ ପିଓସି ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ବେଙ୍ଗୁଲୁରୁ କୋର୍ଟ । ପୋସ୍କୋ ନିୟମ ଅଧୀନରେ ରୁଜୁ ହୋଇଥିବା ଏକ ମାମଲ ଉପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ପୋଲିସର ସୂଚନାନୁସାରେ, 17 ବର୍ଷର ଏକା ନାବାଳିକାଙ୍କ ମା'ଙ୍କ ଅଭିଯୋଗ ଆଧାରରେ ୟେଦୁରପ୍ପାଙ୍କୁ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର POCSO ଅଧିନିୟମ ଏବଂ ଧାରା 354A ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଗତକାଲି ସିଆଇଡି ତାଙ୍କୁ ୟେଦୁରପ୍ପାଙ୍କୁ ନୋଟିସ୍ ଜାରି କରି ପଚରାଉଚରା ପାଇଁ ଡାକିଥିଲା, ହେଲେ ସେ ହାଜର ହୋଇନଥିଲେ ।

ତାଙ୍କ ନାଁରେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ଚଳିତ ବର୍ଷ ଫେବୃଆରୀ 2 ରେ ବେଙ୍ଗାଲୁରୁର ଡଲାର କଲୋନୀରେ ଥିବା ୟେଦୁରପ୍ପାଙ୍କ ବାସଭବନରେ ତାଙ୍କ ଝିଅ ସହ ଅସଦାଚରମ ହୋଇଥିଲା । ତେବେ ମାର୍ଚ୍ଚ ୧୪ରେ ଉକ୍ତ ମହିଳା ଜଣକ ସଦାଶିବନଗର ପୋଲିସ ଷ୍ଟେସନରେ ୟେଦୁରପ୍ପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ।
ସୂଚନାଥାଉ ଯେ, ମେ 26ରେ ଅଭିଯୋଗକାରୀ ମହିଳାଙ୍କ ମୃତ୍ୟୁ ଘଟିଥିଲା। କୁହାଯାଉଛି ଯେ ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ। ଏହା ପରେ ପୀଡିତାଙ୍କ ଭାଇ କର୍ଣ୍ଣାଟକ ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିୟେଦୁରପ୍ପାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହି POCSO ମାମଲାକୁ ଖାରଜ କରିବା ପାଇଁ ବିଏସ୍ ୟେଦୁରପ୍ପା ମଧ୍ୟ କୋର୍ଟରେ ଆବେଦନ କରିଥିଲେ। ୟେଦୁରପ୍ପା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। ତେବେ ଗିରଫ ୱାରେଣ୍ଟ ଜାରି ହେବା ପରେ ୟେଦୁରପ୍ପାଙ୍କ ସମସ୍ୟା ବଢିପାରେ ।












Click it and Unblock the Notifications