ଆଜିଠାରୁ ଆରମ୍ଭ ହେଲା ପଦ୍ମ ପୁରସ୍କାର-୨୦୨୬ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା

ପଦ୍ମ ପୁରସ୍କାର ୨୦୨୬ ଲାଗି ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ଏହି ପଦ୍ମ ପୁରସ୍କାର ଲାଗି ନାମାଙ୍କନପତ୍ର ଦାଖଲର ଶେଷ ଦିନ ହେଉଛି, ଚଳିତ ବର୍ଷ ଜୁଲାଇ ୩୧ ତାରିଖ। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ଅନଲାଇନ୍‍ ମାଧ୍ୟମରେ ପଦ୍ମ ବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ଭଳି ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ଲାଗି ନାମାଙ୍କନ ଏବଂ ସୁପାରିସ ଗ୍ରହଣ କରାଯିବ। କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ସମାଜସେବା,

Nominations recommendations for Padma awards 2026 begin

ବିଜ୍ଞାନ, ଲୋକସେବା, ବାଣିଜ୍ୟ, ଶିଳ୍ପ, ଜନବ୍ୟାପାର ତଥା ମେଡିସିନ୍‍ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ନିର୍ବିଶେଷରେ ଉତ୍କୃଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥାଏ। ତେବେ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଡାକ୍ତର, ବୈଜ୍ଞାନିକଙ୍କ ଭଳି ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ଲାଗି ବିବେଚିତ କରାଯାଏ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+