କିିଛି ଦିନ ତଳେ ବାହାରିଥିଲା ଆଙ୍ଗୁଠି , ଏବେ ଆଇସକ୍ରିମରୁ ବାହାରିଲା ବିଛା
ନୂଆଦିଲ୍ଲୀ: ନିକଟରେ ମୁମ୍ବଇରେ ଏକ କୋନ ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣା ଚର୍ଚ୍ଚାରେ ଥିଲା । ଏବେ ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ନୋଏଡାରେ । କିନ୍ତୁ ଏଥର କଟା ଆଙ୍ଗୁଠି ନୁହେଁ, ଏକ ମଲା ବିଛା ଆଇସକ୍ରିମରୁ ବାହାରିଛି, ଯାହାକୁ ନେଇ ଏହି ଖାଦ୍ୟ କେତେ ସ୍ୱାସ୍ଥ୍ୟକର ତାହା ଉପରେ ପ୍ରଶ୍ନ ଉଠିଛି । ସୂଚନାନୁସାରେ , ନୋଏଡା ସେକ୍ଟର-୧୨ରେ ରହୁଥିବା ଦୀପା ପିଲାମାନେ ଆଇସ୍କ୍ରିମ ଖାଇବାକୁ ଅଳି କରିବାରୁ ସକାଳ ପ୍ରାୟ ୧୧ଟା ୨୬ରେ ଅନ୍ଲାଇନ୍ରେ ଅମୁଲ ଭାନିଲା ମ୍ୟାଜିକ୍ ଫ୍ଲେଭର ଆଇସ୍କ୍ରିମ ମଗାଇଥିଲେ ।
ଏହାର ଦାମ୍ ୧୯୫ ଟଙ୍କା ଥିଲା । କିଛି ସମୟପରେ ଡେଲିଭରୀ ବୟ ସେ ଅର୍ଡର କରିଥିବା ଆଇସ୍କ୍ରିମ ଆଣି ତାଙ୍କ ଘରେ ପହଞ୍ଚାଇଥିଲେ । ତେବେ ଆଇସ୍କ୍ରିମ ଡବା ଖୋଲିବା ପରେ ସେ ଭିତରେ ଏକ ଜୀବନ୍ତ ବିଛା ଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ମହିଳା ଜଣକ ଚକିତ ହୋଇପଡିଥିଲେ । ନିକଟରେ ତଥା ଜୁନ୍ ୧୩ରେ ମୁମ୍ବାଇର ମାଲାଡ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ଜଣେ ମହିଳା ଦାବି କରିଥିଲେ ଯେ, ତାଙ୍କ ଆସକ୍ରିମ କୋନ ଭିତରୁ ମଣିଷର ଏକ କଟା ଆଙ୍ଗୁଠି ବାହାରିଥିଲା ।

ମହିଳା ଜଣକ ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତେବେ ସେ ଅନଲାଇନରେ ଆଇସକ୍ରିମ ଅର୍ଡର କରିଥିବା କହିଥିଲେ । ପ୍ରାଥମିକ ଅନୁସନ୍ଧାନ ପରେ ପୋଲିସ କହିଥିଲା ଯେ, କୋନ୍ ଆଇସକ୍ରିମ ମଣିଷ ଆଙ୍ଗୁଠି ବାହାରିଥିଲା । ଆଇସକ୍ରିମରୁ ମିଳିଥିବା ମାନବ ଶରୀରର ଅଂଶକୁ ଏଫଏସଏଲ କୁ ପୋଲିସ ପଠାଇଥିଲା ।












Click it and Unblock the Notifications