୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ବିନ ଟାୱାର

Noida: Noida Supertech Twin Towers demolitionଶେଷରେ ମାଟିରେ ମିଶାଇଲା ନୋଏଡାର ବହୁଚର୍ଚ୍ଚିତ ସୁଉଚ୍ଚ ଅଟ୍ଟାଳିକା ଟ୍ବିନ ଟାୱାର ।

ନୂଆଦିଲ୍ଲୀ: ଶେଷରେ ମାଟିରେ ମିଶାଇଲା ନୋଏଡାର ବହୁଚର୍ଚ୍ଚିତ ସୁଉଚ୍ଚ ଅଟ୍ଟାଳିକା ଟ୍ବିନ ଟାୱାର । ମାତ୍ର ୯ ସେକେଣ୍ଡ ରେ ସଫଳତାର ସହ ଏହି କାର୍ଯ୍ୟକ୍ରମକୁ ଶେଷ ହୋଇଛି । ତେବେ ଟାୱାର ଭାଙ୍ଗିବା ବେଳେ କିପରି ସ୍ଥାନୀୟ ସାଧାରଣ ବାସିନ୍ଦା ଓ ପରିବେଶ ପ୍ରଭାବିତ ନ ହେବ ସେ ନେଇ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇ ଥିଲା। । କୌଣସି ଅଘଟଣ କିମ୍ବା ଧନ ଜୀବନ ହାନୀକୁ ସମ୍ପୂର୍ଣ୍ଣ ଏଡାଇ ଏହି ଅଟ୍ଟାଳିକା କୁ ମାଟିରେ ମିଶାଇବା ପାଇଁ ବୈଷୟିକ ତଥା ପ୍ରାଶାସନିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଥିଲା।

noida

ଏହି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ କିଛି ଦୂର ପର୍ଯ୍ୟନ୍ତ ସମସ୍ତ ସାଧାରଣ ଯାତାୟାତ ବନ୍ଦ କରାଯାଇଥିଲା । ଏହି ଅଞ୍ଚଳ ସହିତ ସଂଯୁକ୍ତ ଫ୍ଲାଏ ଓଭର ପାଇଁ ଏକ୍ସକ୍ଲୁସନ୍ ଜୋନ୍ଭା ବେ ଘୋଷଣା କରାଯାଇଥିଲା। ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ-ୱେରେ ଟ୍ରାଫିକ୍ ଅପରାହ୍ନ 2.15 ରୁ 2.45 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଚି। ଘଟଣାସ୍ଥଳରେ ଜରୁରୀକାଳୀନ ସେବା ପାଇଁ ଆବଶ୍ୟକ ଅଗ୍ନିଶମ ବହିନୀ, ଆମ୍ବୁଲାନ୍ସ ଇତ୍ୟାଦି ରଖାଯାଇଥିଲା । ରିପୋର୍ଟ ଅନୁସାରେ, ଅଟ୍ଟାଳିକା ଭାଙ୍ଗିବା ବେଳେ କମ୍ପନ ସେକେଣ୍ଡ ପ୍ରତି 34 ମିଲିମିଟର ହୋଇଛି। ଅଟ୍ଟାଳିକାର ଭଗ୍ନାବଶେଷ ଆବର୍ଜନା ଏବଂ ଧୂଳି ଚାରି ଆଡେ ନ ବ୍ୟାପିବା ପାଇଁ 30 ମିଟର ଉଚ୍ଚ ଲୁହା ସିଟ୍ ଲଗାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+