ଏହି ରାଜ୍ୟରେ ଶୀତ ପାଇଁ ହେଲା ସ୍କୁଲ ଛୁଟି
Noida School Closed: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବଣ ଥଣ୍ତା ଅନୁଭୂତ ହେଉଛି । ସେହିପରି ଦିଲ୍ଲୀ ଉପକଣ୍ଠ ନୋଏଡାରେ ମଧ୍ୟ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥି ପାଇଁ ଆଜି ଜିଲ୍ଲା ମାଜିଷ୍ଟ୍ରେଡ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବୋର୍ଡର ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି ।

ତେବେ ମାଜିଷ୍ଟ୍ରେଟଙ୍କ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ ଗୁଡିକ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ନୋଏଡାରେ ପ୍ରବଳ ଥଣ୍ତା ସହ ଘନ କୁହୁଡ଼ି ଅନୁଭୂତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ବେସିକ ଏଡୁକେସନ ଅଫିସର ରାହୁଲ ପନୱାର ଏ ସମ୍ପର୍କରେ ସମସ୍ତ ସ୍କୁଲକୁ ଚିଠି ଲେଥି ଅବଗତ କରାଯାଇଛନ୍ତି ।












Click it and Unblock the Notifications