ରେଭ୍ ପାର୍ଟିରେ ସାପ ବିଷ ମାମଲା: ଏଲଭିସ୍ ଯାଦବଙ୍କୁ ପଚରାଉଚରା କଲା ନୋଏଡା ପୋଲିସ

Elvish Yadav Case: ପ୍ରସିଦ୍ଧ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ OTT ବିଜେତା ଏଲଭିଶ ଯାଦବଙ୍କୁ ରେଭ୍ ପାର୍ଟିରେ ସାପ ବିଷ ନିଶା ମାମଲାକୁ ନେଇ ନୋଏଡା ପୋଲିସ ପଚରାଉଚରା କରୁଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏଲଭିଶ ଯାଦବ ସେକ୍ଟର -20 ପୋଲିସ ଷ୍ଟେସନରେ ପହଞ୍ଚି ହାଜର ହୋଇଥିଲେ । ସୂଚନାଅନୁସାରେ, ଡିସିପି ଏବଂ ଏସିପି ସ୍ତରର ଅଧିକାରୀମାନେ ତାଙ୍କୁ ପ୍ରାୟ 3 ଘଣ୍ଟା ଧରି ପଚରାଉଚରା କରିଥିଲା । ଗଣମାଧ୍ୟମକୁ ଏଡାଇ ପାଇଁ ରାତି ପ୍ରାୟ 2 ଟା ସମୟରେ ସେ ପୋଲିସ ଷ୍ଟେସନ ଛାଡିଥିଲେ।

ଏଥି ସହିତ, ଆଜି ବୁଧବାର ନୋଏଡା ପୋଲିସ ଏହି ମାମଲାରେ ଗିରଫ ହୋଇଥିବା 5 ଅଭିଯୁକ୍ତଙ୍କ ରିମାଣ୍ଡରେ ନେଇପାରେ ବୋଲି ସୂଚନା ରହିଛି । ଏହା ପରେ ନୋଏଡା ପୋଲିସ ଏହି ମାମଲାର ଅଭିଯୁକ୍ତ ରାହୁଲଙ୍କ ସହ ଏଲଭିସ୍ ଯାଦବଙ୍କର ମୁହାଁମୁହିଁ ପଚରାଉଚରା କରିପାରେ । ଏହାପୂର୍ବରୁ ପୋଲିସ ମଙ୍ଗଳବାର ଦିନ ହାଜର ହେବା ପାଇଁ ଏଲଭିସ ଯାଦଙ୍କୁ ସମନ ପଠାଇଥିଲା ।

Elvish Yadav

ସୂଚନାଥାଉ ଯେ, ନଭେମ୍ବର 3ରେ ନୋଏଡା ପୋଲିସ ସୋସିଆଲ ମିଡିଆ ପ୍ରଭାବଶାଳୀ ତଥା OTT ରିଆଲିଟି ସୋ ବିଗ୍ ବସ୍ ବିଜେତା ଏଲଭିଶ ଯାଦବଙ୍କ ସମେତ 6 ଜଣଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ଏବଂ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ନିୟମ ଅନୁଯାୟୀ FIR ପଞ୍ଜିକୃତ ହୋଇଥିଲା | ପୋଲିସର ସୂଚନାନୁସାରେ, ପାର୍ଟି ଭେନ୍ୟୁ 'ଭୋଜି ହଲ୍'ରୁ ପାଞ୍ଚଟି କୋବ୍ରା ସମେତ ନଅଟି ସାପ ଉଦ୍ଧାର ହୋଇଥିବାବେଳେ 20 ମିଲି ସନ୍ଦିଗ୍ଧ ବିଷ ମଧ୍ୟ ଜବତ କରାଯାଇଛି।

ଅଧିକାରୀମାନେ ସୋମବାର କହିଛନ୍ତି ଯେ, ସ୍ଥାନୀୟ ସେକ୍ଟର 49 ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଥିଲା, ଯାହାର ସବ୍-ଇନ୍ସପେକ୍ଟରଙ୍କୁ ହଟାଇ ଦିଆଯାଇଛି। ଏହି ପ୍ରସଙ୍ଗରେ ପୋଲିସ କହିଛି ଯେ ଏଲଭିଶ ଯାଦବଙ୍କ ଭୂମିକା ଏହି ମାମଲାରେ ରହିଛି କି ନାହିଁ ତାହା ଜାଣିବା ପାଇଁ ଜାଞ୍ଚ୍ ଜାରି ରହିଛି । ଅନ୍ୟପକ୍ଷରେ ୟୁଟ୍ୟୁବର୍ ଏଲଭିଶ ଯାଦବ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ପୋଲିସର ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି। ପଶୁ ଅଧିକାର ଗୋଷ୍ଠୀ PFA (People for Animals) ର ଜଣେ ଅଧିକାରୀଙ୍କ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+