Get Updates
Get notified of breaking news, exclusive insights, and must-see stories!

ପଦାର୍ଥ ବିଜ୍ଞାନରେ 3 ବିଜ୍ଞାନୀ ପାଇବେ ନୋବେଲ

ଆଜି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ନୋବେଲ୍ ତାଲିକାରେ ଅଛନ୍ତି 3 ଜଣ ପଦାର୍ଥ ବିଜ୍ଞାନୀ।

ଷ୍ଟକହୋମ: ଆଜି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ନୋବେଲ୍ ତାଲିକାରେ ଅଛନ୍ତି 3 ଜଣ ପଦାର୍ଥ ବିଜ୍ଞାନୀ,ଆଲେନ୍ ଆସପେକ୍ଟ , ଜନ୍ କ୍ଲଜର ଏବଂ ଆଣ୍ଟନ୍ ଜେଲିଞ୍ଜର। ସ୍ୱିଡେନର ଷ୍ଟକହୋମ ସ୍ଥିତ କାରୋଲିନସ୍କା ପ୍ରତିଷ୍ଠାନରେ ଆଜି ପଦାର୍ଥ ବିଜ୍ଞାନୀ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି ।

Nobel prize
ଏହି ତିନିଜଣ ନୋବେଲ ବିଜେତା, କ୍ୱାଣ୍ଟମ୍ ସ୍ଥିତିକୁ ବ୍ୟବହାର କରି ଗ୍ରାଉଣ୍ଡବ୍ରେକିଙ୍ଗ୍ ପରୀକ୍ଷଣ କରିଥିଲେ, ଯେଉଁଥିରେ ଦୁଇଟି ପାର୍ଟିକିଲ୍ ଅଲଗା ହେବା ପରେ ମଧ୍ୟ ଗୋଟିଏ ୟୁନିଟ୍ ପରି ରହୁଥିବା ଦର୍ଶାଇଥିଲେ । କ୍ୱାଣ୍ଟମ୍ ସୂଚନା ଉପରେ ଆଧାର କରି ସେମାନଙ୍କର ଏହି ଅନୁସନ୍ଧାନ ନୂତନ ଟେକ୍ନୋଲୋଜି ପାଇଁ ବେଶ୍ ସହାୟକ ହେବ । ତେବେ ଗତକାଲି ମେଡିସିନରେ ନୋବେଲ ପାଇଁ ସ୍ବାନ୍ତେ ପାବୋଙ୍କ ନାମ ଘୋଷଣା କରାଯାଇଥିଲା । ସେହିପରି ଆସନ୍ତାକାଲି ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ ।

ନୋବେଲ ଶାନ୍ତି ପୁରସ୍କାର ଶୁକ୍ରବାର ଏବଂ ଅକ୍ଟୋବର 10 ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପୁରସ୍କାରରେ 10 ନିୟୁତ ସ୍ୱିଡେନ କ୍ରୋନୋର ପୁରସ୍କାର ରହିଛି । ଡିସେମ୍ବର 10 ରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ । ତେବେ ସ୍ୱିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ନାମାନୁସାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+