ନୋବେଲ ଶାନ୍ତି ପୁରସ୍କାର ପାଇବେ ନର୍ଗେସ୍ ମହମ୍ମଦି: ୧୩ ଥର ହେଲେଣି ଗରିଫ, ଏବେବି ଅଛନ୍ତି ଜେଲରେ
Nobel Peace Prize winner Narges Mohammadi: 2023 ବର୍ଷ ପାଇଁ ଇରାନର ମାନବାଧିକାର କର୍ମୀ ନର୍ଗେସ୍ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ନରୱେ ନୋବେଲ କମିଟିର ଚେୟାରମ୍ୟାନ୍ ବେରିଟ୍ ରିସ୍-ଏଣ୍ଡରସେନ୍ ଶୁକ୍ରବାର ଦିନ ଓସଲୋରେ ପୁରସ୍କାର ଘୋଷଣା କରିଛନ୍ତି।
ନୋବେଲ ପୁରସ୍କାରରେ 11 ମିଲିୟନ ସ୍ୱିଡେନ କ୍ରୋନର (ପ୍ରାୟ 1 ମିଲିୟନ ଡଲାର) ନଗଦ ପୁରସ୍କାର ରହିଛି। ଡିସେମ୍ବରରେ ପୁରସ୍କାର ବିତରଣ ଉତ୍ସବରେ ବିଜେତାମାନେ 18 କ୍ୟାରେଟ୍ ସ୍ୱର୍ଣ୍ଣ ପଦକ ଏବଂ ଡିପ୍ଲୋମା ମଧ୍ୟ ପ୍ରଦାନ କରାଯାଏ ।

ଇରାନର ୫୧ ବର୍ଷୀୟ ମହିଳା ନର୍ଗେସ ମହମ୍ମଦି । ନର୍ଗେସ ମହମ୍ମଦି ମହିଳା ଅଧିକାର ଏବଂ ମାନବାଧିକାରୀ ପାଇଁ କାମ କରନ୍ତି । ଏହାସହ ସେ ନିଷ୍ପେସିତ ଇରାନୀୟ ମହିଳାଙ୍କ ଉତ୍ଥାନ ପାଇଁ କାର୍ଯ୍ୟ କରନ୍ତି । ମହିଳାଙ୍କ ଅଧିକାର ପାଇଁ ସେ ସଂଗ୍ରାମ କରି ୩୧ ବର୍ଷ କାରାଦଣ୍ତ ଭୋଗିଛନ୍ତି । ତାଙ୍କୁ ଏପର୍ଯ୍ୟନ୍ତ ସେ ୧୩ ଥର ଗିରଫ ହୋଇଛନ୍ତି । ୫ଥର ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ରାଜ୍ୟ ବିରୁଦ୍ଧରେ ପ୍ରଚାର ଅଭିଯୋଗରେ ସେ ବର୍ତ୍ତମାନ ଏଭିନ୍ ଜେଲରେ ୧୦ ବର୍ଷ ୨ ମାସ କାରାଦଣ୍ଡ ଭୋଗୁଛନ୍ତି।
Félicitations à Narges Mohammadi pour avoir reçu le Prix Nobel de la paix 2023 pour son courage et sa détermination à lutter pour les droits humains en Iran. Son engagement est une source d'inspiration pour le monde entier. #NobelPeacePrize #DroitsHumains #Liberté pic.twitter.com/sKsjfjzd97
— LΘરɖ-LλɴɴίȘτεર ®️ (@lordlannister_) October 6, 2023
ସେହିପରି ଏହାପୂର୍ବରୁ ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷ ତିନି ଆମେରିକୀୟ ବୈଜ୍ଞାମିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ.ବ୍ରୁସ୍ ଏବଂ ଆଲେକ୍ସି ଏଲ.ଏକିମୋଭଙ୍କୁ ମିଳିବ ନୋବେଲ୍ । ଏନେଇ ବୁଧବାର ଦିନ ଘୋଷଣା କରାଯାଇଛି ।












Click it and Unblock the Notifications