ନୋବେଲ ଶାନ୍ତି ପୁରସ୍କାର : ଦୌଡରେ ସାମିଲ ଜୁବୈର ଓ ସିହ୍ନା
ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈର ଓ ପ୍ରତୀକ ସିହ୍ନା ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ଦୌଡରେ ସାମିଲ।
ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈର ଓ ପ୍ରତୀକ ସିହ୍ନା ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ଦୌଡରେ ସାମିଲ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ନରୱେ ଲମେକର୍ସ, ପ୍ରେଡିକସନ ଫର୍ମ ବୁକମେକର୍ସ ଓ ଓସଲୋର ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁ ଏମାନଙ୍କୁ ବାଛିଥିବା ରିପୋର୍ଟରେ କୁହାଯାଇଛି। ତେବେ କାହାକୁ ପୁରସ୍କାର ମିଳିବ ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଘୋଷଣା ଦିନକୁ ଅପେକ୍ଷା ରହିଛି ।

ମହମ୍ମଦ ଜୁବୈରଙ୍କୁ ଚଳିତ ବର୍ଷ ଜୁନ ମାସରେ 2018 ବର୍ଷର ଗୋଟିଏ ଟ୍ୱିଟ ପାଇଁ ଗିରଫ କରାଯାଇଥିଲା। ଦିଲ୍ଲୀ ପୋଲିସ୍ କରିଥିବା ଏଫଆଇଆର ଆଧାରରେ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା। ସେ ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପୋଲିସ୍ ଅଭିଯୋଗ କରିଥିଲା।
ତେବେ ଜୁବୈରଙ୍କ ଗିରଫଦାରୀକୁ ନେଇ ଦେଶ ସମେତ ପୂରା ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆମେରିକାର ଗୋଟିଏ ଏନଜିଓ ସଂସ୍ଥା ବିଧିବଦ୍ଧ ଭାବେ ବିବୃତି ଜାରି କରି ଭାରତର ପ୍ରେସ ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇଥିଲା। ମହମ୍ମଦ ଜୁବୈର ଦୀର୍ଘ ଗୋଟିଏ ମାସ ତିହାର ଜେଲରେ ରହିବା ପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନରେ ଖଲାସ କରିଥିଲେ। ଜେଲରୁ ବାହାରିବା ପରେ ମଧ୍ୟ ସେ ଭାଇରାଲ ହେଉଥିବା ମିଥ୍ୟା ଭିଡିଓ ଓ ବୟାନର ପ୍ରକୃତ ସତ ଲୋକ ଲୋଚନକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ।












Click it and Unblock the Notifications