ନ୍ୟାୟପାଳିକାକୁ ନେଇ ପୁଣି ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ବୟାନ, କହିଲେ.....
ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି ନିର୍ବାଚିତ ପ୍ରିନିଧିମାନେ ସମ୍ବିଧାନର ବିଷୟବସ୍ତୁ ନିର୍ଦ୍ଧାରଣ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି କହିଛନ୍ତି ସଂସଦ ହେଉଛି ସର୍ବୋଚ୍ଚ ଏବଂ ସମ୍ବିଧାନ ସଂସଦ ଉପରେ କୌଣସି ଅଧିକାରର ପରିକଳ୍ପନା କରେ ନାହିଁ । ସେ କହିଛନ୍ତି ସମ୍ବିଧାନ ଲୋକଙ୍କ ପାଇଁ ଏବଂ ଏହା ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଭଳି ସର୍ବୋଚ୍ଚ ଅଟେ । ଉପରାଷ୍ଟ୍ରପତି କହିଛନ୍ତି ଯେ, ଦେଶରେ ସଂସଦ ହେଉଛି ସବୁଠାରୁ ବଡ଼ ସଂସ୍ଥା ଓ ନିର୍ବାଚିତ ସାଂସଦ ହିଁ ନିଷ୍ପତ୍ତି ନେବେ ସମ୍ବିଧାନର ରୂପରେଖ କିଭଳି ହେବ । ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ସୁପ୍ରିମକୋର୍ଟ ତରଫରୁ କୁହାଯାଇଥିଲା କି, ସମ୍ବିଧାନର ପ୍ରସ୍ତାବନା ଉପରେ ନ୍ୟାୟାଳୟର କୌଣସି ଭୂମିକା ନାହିଁ ।

କେବଳ ସେତିକି ନୁହେଁ ଉପରାଷ୍ଟ୍ରପତି କହିଛନ୍ତି କି, ଲୋକତନ୍ତ୍ରରେ ଆଲୋଚନା ଓ ଖୋଲା ଚର୍ଚ୍ଚାର ଆବଶ୍ୟକତା ରହିଛି । ଯଦି ବିଚାର କରୁଥିବା ଲୋକ ଚୁପ୍ ରହିବେ ତେବେ ତାହା ଲୋକତନ୍ତ୍ର ପ୍ରତି ବିପଦ । ସାମ୍ବିଧାନିକ ପଦରେ ବସିଥିବା ଲୋକଙ୍କୁ ସବୁବେଳେ ସମ୍ବିଧାନ ଆଧାରରେ ବୟାନ ଦେବା ଦରକାର ।












Click it and Unblock the Notifications