For Quick Alerts
Turn On Notification  
For Daily Alerts
Oneindia App Download

କେଦାରନାଥରେ ଭିଆଇପି ଏଣ୍ଟ୍ରିରେ ଲାଗିଲା ରୋକ୍

କେଦାରନାଥ ମନ୍ଦିର ଖୋଲିବା ପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ଭିଆଇପି ଦର୍ଶନ ଉପରେ ରୋକ ଲଗାଯାଇଛି ।

|

ଡେରାଡୁନ: କେଦାରନାଥ ମନ୍ଦିର ଖୋଲିବା ପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ଭିଆଇପି ଦର୍ଶନ ଉପରେ ରୋକ ଲଗାଯାଇଛି । ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ଭିଆଇପି ଶ୍ରଦ୍ଧାଳୁ ମଧ୍ୟ ଧାଡିରେ ରହି ଦର୍ଶନ କରିବେ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ଶୁକ୍ରବାରଏହି ସୂଚନା ଦେଇଛନ୍ତି ।

kedarnath

କେଦାରନାଥ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । 6 ଦିନ ମଧ୍ୟରେ ପ୍ରାୟ 1 ଲକ୍ଷ 30 ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସିଲେଣି। ଭିଡ ନିୟନ୍ତ୍ରଣ ପାଇଁ ଆରଟିବିପି ଏବଂ ଏନଡିଆରଏଫ ଟିମକୁ କେଦାରନାଥ ମନ୍ଦିରରେ ନିୟୋଜିତ କରାଯାଇଛି । କୋରୋନା ଯୋଗୁଁ ଦୁଇବର୍ଷ ହେଲା ଶ୍ରଦ୍ଧାଳୁମାନେ ଦର୍ଶନରୁ ବଞ୍ଚିତ ରହିଥିଲେ । ତେଣୁ ଚଳିତ ବର୍ଷ ଭିଡ ଅଧିକ ହେଉଥିବା ଜଣାପଡିଛି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ 28 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଡିଜିପି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଯେଉଁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ସେମାନେ ଯାତ୍ରା କିଛି ଦିନ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
VIP can visit Kedarnath like normal people.. No more special entry inside the shrine
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X