ଆତଙ୍କବାଦ ବିରୋଧୀ ଲଢ଼େଇରେ ସାଲିସ୍ କରିବୁନି: ଏସ୍ ଜୟଶଙ୍କର
ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ବନ୍ଦ ହେଲା ଭାରତ-ପାକିସ୍ତାନ ଯୁଦ୍ଧ । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି । ଅସ୍ତ୍ରବିରତି ନେଇ ଦୁଇ ଦେଶ ମଧ୍ୟରେ ସହମତି । ଅସ୍ତ୍ରବିରତି ନେଇ ବଡ଼ ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିସ୍ରି ।
ତେବେ ସନ୍ଧ୍ୟା ୫ଟାରୁ ଲାଗୁ ହୋଇଛି ଏହି ଅସ୍ତ୍ରବିରତି । ଦୁଇ ଦେଶ ମଧ୍ୟରେ ଡିଜିଏମ ସ୍ତରରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଅସ୍ତ୍ରବିରତି ପାଇଁ ସହମତି ପରେ ସମସ୍ତ ପ୍ରକାର ସୈନ୍ୟ କାର୍ଯ୍ଯାନୁଷ୍ଠାନ ବନ୍ଦ ରହିବ । ଜଳ- ସ୍ଥଳ- ଆକାଶରେ କୌଣସି ଆକ୍ସନ ହେବନି । ଆସନ୍ତା ୧୨ ତାରିଖରେ ପରବର୍ତ୍ତୀ ଆଲୋଚନା ।

ଅସ୍ତ୍ରବିରତୀ ଘୋଷଣା ପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ବୃଦ୍ଧି ପାଇଥିଲା। ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପାଇଁ ଏକ ଚୁକ୍ତିନାମା ହୋଇଛି। ଦୁଇ ପକ୍ଷରୁ କୌଣସି ଫାୟାରିଂ କିମ୍ବା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି।
ମେ ୧୨ ତାରିଖରେ ଉଭୟ ଦେଶ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ତେବେ ଭାରତ ଆତଙ୍କବାଦ ଉପରେ କୌଣସି ପ୍ରକାର ସାଲିସ କରିବ ନାହିଁ। ଭାରତ ନିରନ୍ତର ଭାବରେ ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ଏବଂ ଅଟଳ ମନୋଭାବ ବଜାୟ ରଖିଛି। ଆଗକୁ ମଧ୍ୟ ଏହା ଜାରି ରହିବ।












Click it and Unblock the Notifications