ରାଜନୀତିରୁ ସନ୍ୟାସ ନେବା ଚର୍ଚ୍ଚାରେ ମୁହଁ ଖୋଲିଲେ ମାୟାବତୀ, କହିଲେ ମୁଁ....

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦଳର ଜାତୀୟ କାର୍ଯ୍ୟର୍ନିବାହୀ ବୈଠକ ପୂର୍ବରୁ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ ରାଜନୀତି ଛାଡିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ମାୟାବତୀ ପ୍ରତିକ୍ରିୟା ଦେଇଛନ୍ତି। ସେ ଏହି ସମସ୍ତ ଦାବିକୁ ଅସ୍ୱୀକାର କରିଛନ୍ତି ।

ମାୟାବତୀ ସୋସିଆଲ ମିଡିଆ ଲେଖିଛନ୍ତି,ମୋର ସକ୍ରିୟ ରାଜନୀତିରୁ ଅବସର ନେବାର ପ୍ରଶ୍ନ ନାହିଁ। ଯେହେତୁ ଦଳ ମୋ ଅନୁପସ୍ଥିତିରେ କିମ୍ବା ଅସୁସ୍ଥତା ହେତୁ ବିଏଏସ୍‌ପିର ଉତ୍ତରାଧିକାରୀ ଭାବରେ ଆକାଶ ଆନନ୍ଦଙ୍କୁ ଆଗେଇ ନେଇଛି। ଏହାକୁ ନେଇ ଗଣମାଧ୍ୟମ ମିଥ୍ୟା ଖବର ପ୍ରଚାର କରୁଛି। ତେଣୁ ଲୋକମାନେ ସତର୍କ ରୁହନ୍ତୁ।

BSP Chief Mayawati
ମାୟାବତୀ ଲେଖିଛନ୍ତି ଯେ, ପୂର୍ବରୁ ମଧ୍ୟ ମୋର ରାଷ୍ଟ୍ରପତି ହେବାର ଗୁଜବ ଥିଲା, କିନ୍ତୁ ମାନ୍ୟବର କାଂଶିରାମ ଜୀ ମଧ୍ୟ ସମାନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ରାଷ୍ଟ୍ରପତି ହେବା ଅର୍ଥ ଦଳର ସକ୍ରିୟ ରାଜନୀତିରୁ ଅବସର ନେବା। ଯଦି ପାର୍ଟି ପାଇଁ ତାଙ୍କୁ ଏହା ଗ୍ରହଣୀୟ ନୁହେଁ, ତା'ହେଲେ ତାଙ୍କ ଶିଷ୍ୟ ଏହାକୁ ଗ୍ରହଣ କରିବେ। ସୂଚନାଯୋଗ୍ୟ, ମାୟାବତୀଙ୍କ ପୂର୍ବରୁ କାଂଶିରାମ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ୧୮ ସେପ୍େଟମ୍ବର ୨୦୦୩ରେ ମାୟାବତୀ ପ୍ରଥମ ଥର ପାଇଁ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ।

ଲକ୍ଷ୍ନୌରେ ଅନୁଷ୍ଠିତ ହେବାକୁ ଥିବା ବୈଠକର ପ୍ରଥମ ଏଜେଣ୍ଡା ହେଉଛି ଦଳର ସଭାପତି ନିର୍ବାଚନ। ତା'ପରେ ମାୟାବତୀ ଦଲିତ ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସାରା ଦେଶରେ ଜନସାଧାରଣଙ୍କ ସମର୍ଥନ ହାସଲ କରିବାକୁ ଚାହୁଁଛନ୍ତି। ସଂସଦରେ ଏକ ବିଲ୍ ଆଣି କୋର୍ଟର ନିଷ୍ପତ୍ତି ବଦଳାଇବାକୁ ସେ ମୋଦି ସରକାରଙ୍କୁ ଦାବି କରିଛନ୍ତି। ଏହି ଭାବପ୍ରବଣ ସମସ୍ୟା ସହିତ ମାୟାବତୀ ନିଜର ହଜିଯାଇଥିବା ସମର୍ଥନ ଆଧାରକୁ ପୁନଃ ପ୍ରାପ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+