Get Updates
Get notified of breaking news, exclusive insights, and must-see stories!

ମହାକୁମ୍ଭକୁ ନେଇ ବଡ଼ ଖବର, ମେଳାର ଅବଧିକୁ ନେଇ ପ୍ରଶାସନ ଦେଲା ସ୍ପଷ୍ଟୀକରଣ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ। ସେଠାରେ ଥିବା ନଦୀର ଏକାଧିକ ସ୍ଥାନରେ କୋଟି କୋଟି ଲୋକ ପୁଣ୍ୟ ଅର୍ଜନ କରିବା ଆଶାରେ ବୁଡ଼ ପକାଉଛନ୍ତି। ମହାକୁମ୍ଭ ପୂର୍ବରୁ ଓ ଆରମ୍ଭ ହେବା ଦିନ ଠାରୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ଖବର ସାମ୍ନାକୁ ଆସିଛି। ଏହାଉପରେ ଧ୍ୟାନ ନଦେବାକୁ ପ୍ରଶାସନ କ୍ରମାଗତ ଭାବେ ସଚେତନ କରି ଆସୁଛି।

ନିକଟ‌ରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ଦାବି କରାଯାଇଥିଲା କି, 'ଯେଉଁଲୋକମାନେ ପ୍ରୟାଗରାଜରେ ପହଞ୍ଚି ପାରି ନାହାନ୍ତି ବା ପାରୁ ନାହାନ୍ତି ସେମାନେ ଡିଜିଟାଲ ଗଙ୍ଗା ସ୍ନାନ କରି ପାରିବେ।ଏଥିପାଇଁ ଶ୍ରଦ୍ଧାଳୁ ୫୦୦ଟଙ୍କା ପଠାଇ ନିଜର ଫଟୋ ଓ ହ୍ବାଟସଆପ କରିବାକୁ ହେବ । ଯାହାର ପ୍ରିଣ୍ଟ ବାହାର କରାଯାଇ ଗଙ୍ଗାରେ ଭସାଇ ଦିଆଯିବ। ଗଙ୍ଗାରେ ଯେଉଁ ଲୋକଙ୍କ ନାମ ଥିବା ପ୍ରିଣ୍ଟ ଭସାଯିବ ଉକ୍ତ ଲୋକଙ୍କୁ ପୁର୍ଣ୍ଣ୍ୟ ମିଳିଯିବ।'

ଏହି କ୍ରମରେ ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର, ଏବଂ ଜିଲ୍ଲା ପ୍ରଶାସନ ମହାକୁମ୍ଭ ମେଳାକୁ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ଖବର ପ୍ରଚାର ହେଉଛି । ମହାକୁମ୍ଭ ମେଳାର ଅବଧି ବୃଦ୍ଧକୁ ନେଇ ଶ୍ରଦ୍ଧାଳୁ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି। ଏହି ପ୍ରସଙ୍ଗରେ ପ୍ରୟାଗରାଜର ଡିଏମ୍ ରବିନ୍ଦ୍ର ମାନ୍ଦଡ଼ ଏପରି ଗୁଜବକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭାବରେ ଏକ ଗୁଜବ ଖବର ।

Mahakumbh

ମହାକୁମ୍ଭମେଳାର କାର୍ଯ୍ୟସୂଚୀ ଶୁଭ ସମୟ ଅନୁସାରେ ପ୍ରକାଶିତ ହୁଏ ଏବଂ ଏହାକୁ ପୂର୍ବରୁ ହିଁ ସ୍ଥିର କରାଯାଏ। ମହାକୁମ୍ଭ ୨୬ ଫେବୃଆରି ଦିନ ନିର୍ଦ୍ଧାରିତ ତାରିଖରେ ସମାପ୍ତ ହେବ । ସେପର୍ଯ୍ୟନ୍ତ ମହାକୁମ୍ଭକୁ ଆସୁଥିବା ସମସ୍ତ ଶ୍ରଦ୍ଧା୍ଳୁଙ୍କ ସୁରକ୍ଷା ପ୍ରତି ପ୍ରଶାସନ ଯତ୍ନଶୀଳ ରହିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+