ବିଶ୍ୱର କୌଣସି ଶକ୍ତି ଧାରା ୩୭୦କୁ ଫେରାଇ ଆଣିପାରିବ ନାହିଁ: ପ୍ରଧାନମନ୍ତ୍ରୀ
PM Modi In Katra: ଜମ୍ମୁ କଶ୍ମୀରରେ କଟ୍ରା ଠାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ, NC ଏବଂ ପିଡିପି ଉପରେ ବର୍ଷିଛନ୍ତି । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫଙ୍କ ଧାରା 370 ଉପରେ ଦେଇଥିବା ବିବୃତ୍ତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "କଂଗ୍ରେସ-ଜାତୀୟ ସମ୍ମିଳନୀକୁ ନେଇ ଜମ୍ମୁ କଶ୍ମୀରରେ ଉତ୍ସାହ ନ ଥାଇପାରେ, କିନ୍ତୁ ପଡୋଶୀ ଦେଶ (ପାକିସ୍ତାନ) ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଜମ୍ମୁ କଶ୍ମୀରର ଯୁବକ ଏଣିକି ହାତରେ ଆଉ ପଥର ନୁହେଁ ବରଂ ଖାତା-କଲମ ନେଇ ଯାଉଛନ୍ତି । ଏହାସହ ମୋଦି ଜମ୍ମୁ କଶ୍ମୀର ମତଦାତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ମୋଦି ଆହୁରି କହିଛନ୍ତି, ଜାମ୍ମୁ କାଶ୍ମୀରରେ ପାକିସ୍ତାନର ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ଆମେ ଅନୁମତି ଦେବୁ ନାହିଁ। ଜମ୍ମୁ କଶ୍ମୀରରେ ବିଶ୍ୱର କୌଣସି ଶକ୍ତି ଧାରା 370 ଫେରାଇ ଆଣିପାରିବ ନାହିଁ।












Click it and Unblock the Notifications