ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଧାରା ୩୭୦କୁ ଫେରାଇ ଆଣି ପାରିବ ନାହିଁ:ପ୍ରଧାନମନ୍ତ୍ରୀ

PM Modi On Artical 370 In Jammu Kashmir: ଜମ୍ମୁ କଶ୍ମୀରରୁ ଧାରା ୩୭୦ ରଦ୍ଧ କରିବାକୁ ନେଇ ବିବାଦ ଲାଗି ରହିଛି । ବର୍ତ୍ତମାନ ଜମ୍ମୁକାଶ୍ମୀରରୁ ଧାରା 370 ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି ଏହା ସତ୍ତ୍ୱେ ବିରୋଧି ସରକାରଙ୍କୁ ଏବ ଏହି ପ୍ରସଙ୍ଗରେ ଟାର୍ଗେଟ୍ କରୁଛନ୍ତି । ଦୀର୍ଘଦିନ ଚୁପ୍ ରହିବା ପରେ ଏବେ ପ୍ରଧାନମନ୍ତ୍ରୀ ବିରୋଧିଙ୍କୁ କଡ଼ା ଜବାବ ଦେଇଛନ୍ତି ।

PM Modi,

ପ୍ରଧାନମନ୍ତ୍ରୀ କହିଛନ୍ତି, 'ବ୍ରହ୍ମାଣ୍ତର କୌଣସି ବି ଶକ୍ତି ଆଉ ଧାରା ୩୭୦କୁ ଫେରାଇ ଆଣିପାରିବ ନାହାଁ'। ନିକଟରେ ଏକ ଖବର କାଗଜକୁ ସାକ୍ଷାତକାରରେ ଦେବା ବେଳେ ପ୍ରଧାନମନ୍ତ୍ରୀ ଏପରି କହିଛନ୍ତି ।

ଏକ ଖବରକାଗଜକୁ ଦିଆଯାଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସେ ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ କରିବାର ନିଷ୍ପତ୍ତିକୁ ସକରାତ୍ମକ ଢଙ୍ଗରେ ବ୍ୟବହାର କରିବେ। ବ୍ରହ୍ମାଣ୍ଡର କୌଣସି ଶକ୍ତି ବର୍ତ୍ତମାନ ଧାରା 370 କୁ ଫେରାଇ ଆଣିପାରିବ ନାହିଁ। ତେଣୁ ବର୍ତ୍ତମାନ ଆମେ ଏହାକୁ ସକରାତ୍ମକ କାର୍ଯ୍ୟ ପାଇଁ ବ୍ୟବହାର କରିବୁ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସଂସଦରେ ଘଟିଥିବା ଘଟଣାକୁ ଚିନ୍ତାଜନକ ବୋଲି କହିଛନ୍ତି ଏବଂ ଏହାର ତଦନ୍ତ ଜାରି ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ସଂସଦରେ ଘଟିଥିବା ଘଟଣାର ଗମ୍ଭୀରତାକୁ ଅଣଦେଖା କରାଯିବ ନାହିଁ । ସେଥିପାଇଁ ଲୋକସଭା ବାଚସ୍ପତି ସମ୍ପୂର୍ଣ୍ଣ ଗମ୍ଭୀରତାର ସହ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ତଦନ୍ତକାରୀ ସଂସ୍ଥା କଡା ଯାଞ୍ଚ କରୁଛି। ଏହା ପଛରେ ଥିବା ଉଦ୍ଦେଶ୍ୟ ବିଷୟରେ ଜାଣିବା ପାଇଁ ଚେଷ୍ଚା କରାଯାଉଛି । ସେହିପରି ମୋଦି ବିରୋଧୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, "ଆମେ ଏକାଠି ହୋଇ ସମାଧାନ ଖୋଜିବା ଉଚିତ୍। ସମସ୍ତେ ଏହି ପ୍ରସଙ୍ଗରେ ବିତର୍କ କରିବା ଉଚିତ ନୁହେଁ ।

ମୋଦି ଆହୁରି କହିଛନ୍ତି, ଧାରା ୩୭୦ ହଟିବା ପରେ ଜମ୍ମୁ-କଶ୍ମୀର ଓ ଲଦାଖର ଚିତ୍ର ବଦଳିଯାଇଛି । ବର୍ତ୍ତମାନ ଲୋକେ ସେଠାରେ ସିନେମାର ହଲରେ ବସି ଫିଲ୍ମ ଦେଖିପାରୁଛନ୍ତି । ଆତଙ୍କବାଦୀଙ୍କ ବଦଳରେ ବର୍ତ୍ତମାନ ସେଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବା ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+