କେହି ସନାତନ ଧର୍ମକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ସନାତନ ଧର୍ମକୁ ନେଇ ବିବାଦୀୟ ବିବୃତ୍ତି ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ କ୍ରମାଗତ ସମାଲୋଚନା କରାଯାଇଛି। ଭାରତୀୟ ଜନତା ଦଳର ନେତାମାନେ ତାଙ୍କ ବୟାନକୁ ନିନ୍ଦା କରିବା ସହ କଡ଼ା ଜବାବ୍ ଦେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ କହିଛନ୍ତି ଯେ, ପୃଥିବୀରେ ଜଣେ ମଧ୍ୟ ଭକ୍ତ ଜୀବିତ ଥିବା ପର୍ଯ୍ୟନ୍ତ କେହି ସନାତନ ଧର୍ମକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ସନାତନ ଧର୍ମକୁ ଚ୍ୟାଲେଞ୍ଜ କରୁଛନ୍ତି, ହେଲେ ସେମାନେ ଜାଣିବା ଉଚିତ୍ , ଯେପର୍ଯ୍ୟନ୍ତ ପ୍ରତ୍ୟେକ ଭକ୍ତ ଏହି ପବିତ୍ର ମାଟିରେ ବଞ୍ଚିଛନ୍ତି, କେହି ସନାତନ ଧର୍ମକୁ, ଲୋକଙ୍କ ବିଶ୍ୱାସକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ ।

Smriti Irani

ସୂଚନାଯୋଗ୍ୟ ଯେ ଉଦୟନିଧିଙ୍କ ବିବୃତ୍ତି ପରେ ବିରୋଧିଙ୍କ ମେଣ୍ଟ 'ଇଣ୍ତିଆ'କୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି କାରଣ ଏହି ମହାମେଣ୍ଟରେ ଡିଏମକେ ମଧ୍ୟ ସାମିଲ ଅଛନ୍ତି । । ସେପଟେ 'ଇଣ୍ତିଆ' ସାମିଲ ଥିବା ଅନେକ ନେତା ଉଦୟାନିଧିଙ୍କ ଏପି ବିବୃତ୍ତିଠୁ ନିଜକୁ ଦୂରେଇ ରଖିବା ସହ କିଛି ନେତା ଉଦୟାନିଧିଙ୍କୁ ସମାଲୋଚନା କରୁଛନ୍ତି ।

ସୂଚନାଥାଉ ଯେ, ତାମିଲନାଡୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦୟାନିଧି ଷ୍ଟାଲିନ କହିଥିଲେ ଯେ, ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ, କରୋନା ରୋଗ ଭଳି । ଏହାକୁ ନଷ୍ଟ କରାଯିବା ଉଚିତ୍ । ଏହି ବିବୃତ୍ତି ପରେ ତାଙ୍କୁ ଅନେକ ଟ୍ରୋଲକ ଶିକାର ହେବା ପାଇଁ ପଡିଛି । ସେହିପରି ଉଦୟାନିଧି ଷ୍ଟାଲିନ ମଧ୍ୟ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ, ସଂସଦର ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ, ଏହା ସନାତନ ଧର୍ମର ଏକ ଉଦାହରଣ ।

ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଦେବା ପରେ ତାମିଲନାଡୁର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସମାଲୋଚନାର ଶିକାର ହୋଇଛନ୍ତି । ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ତପସ୍ୱୀ ଚୱନି ମନ୍ଦିରର ମୁଖ୍ୟ ପୁରୋହିତ ପରମହଂସ ଆଚାର୍ଯ୍ୟ ଷ୍ଟାଲିନଙ୍କ ଶିରଚ୍ଛେଦନ କରିବା ପାଇଁ ୧୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସେପଟେ ଏତେ ବିବାଦ ସତ୍ୟେ ନିଜ ବୟାନରେ ଅଟଳ ରହିବେ ବୋଲି କହିଛନ୍ତି ଉଦୟାନିଧି ଷ୍ଟାଲିନ୍ ।

ପୁରୋହିତ ପରମହଂସ ଧମକ ଦେଇ କହିଥିଲେ, 'ଷ୍ଟାଲିନଙ୍କ ମୁଣ୍ଡ କାଟି ମୋ ପାଖକୁ ଆଣିଥିବା ବ୍ୟକ୍ତିଙ୍କୁ ମୁଁ 10 କୋଟି ଟଙ୍କା ନଗଦ ପୁରସ୍କାର ଦେବି।ଯଦି କେହି ଷ୍ଟାଲିନଙ୍କୁ ମାରିବାକୁ ସାହସ କରନ୍ତି ନାହିଁ, ତେବେ ମୁଁ ନିଜେ ତାଙ୍କର ହତ୍ୟା କରିବି । ସାଧୁଙ୍କ ଭିଡିଓ ବେଶ୍ ଭାଇରାଲ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+