ଆତଙ୍କିତ ହୋଇ କିଣନ୍ତୁ ନାହିଁ, ଦେଶରେ ମହଜୁଦ ଅଛି ପର୍ଯ୍ୟାପ୍ତ ଇନ୍ଧନ: ତୈଳ କମ୍ପାନୀ
ଭାରତ ଏବଂ ପାକିସ୍ତାନ ସୀମାରେ ଉତ୍ତେଜନା ଜାରି ରହିଛି । ଲଗାତାର ଭାରତ ଉପରେ ପାକିସ୍ତାନ ଡ୍ରୋନ ଆକ୍ରମଣ କରିଛି । ଯାହାର ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଇଛି । ଏପଟେ ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମହଜୁଦ ରହିଛି। ତେଣୁ ଜନସାଧାରଣ ଇନ୍ଧନ କିଣିବା ପାଇଁ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ତୈଳ କମ୍ପାନୀଗୁଡ଼ିକ ଶୁକ୍ରବାର ଜନସାଧାରଣଙ୍କୁ ସୁନିଶ୍ଚିତ କରାଇଛନ୍ତି।

ପର୍ଯ୍ୟାପ୍ତ ତୈଳ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା ନେଇ ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ (IOC), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିଃ(BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିଃ (HPCL) ପକ୍ଷରୁ ଜଣାଇ ଦିଆଯାଇଛି। ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ ଆଗକୁ ଇନ୍ଧନ ନ ମିଳିବା ଆଶଙ୍କା କରି ବହୁସଂଖ୍ୟାରେ ଲୋକେ ତେଲ କିଣିବା ପାଇଁ ପେଟ୍ରୋଲ ପମ୍ପ୍ରେ ଧାଡ଼ି ଲଗାଉଥିବାର ଭିଡିଓ ଓ ପୋଷ୍ଟ ସୋସିଆଲ ମିଡିଆଗୁଡ଼ିକରେ ପ୍ରକାଶ ପାଇବା ପରେ ତୈଳ କମ୍ପାନୀଗୁଡ଼ିକ ଏଭଳି ବିବୃତି ଜାରି କରିଛନ୍ତି। ବିଶେଷ କରି ପାକିସ୍ତାନ ସୀମାକୁ ଲାଗିଥିବା ରାଜ୍ୟର ପେଟ୍ରୋଲ ପମ୍ପ୍ଗୁଡ଼ିକରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା।












Click it and Unblock the Notifications