ଯେ ପର୍ଯ୍ୟନ୍ତ DDA ୧.୬ଲକ୍ଷ ଗଛ ନ ଲଗାଇଛି,ସେପର୍ଯ୍ୟନ୍ତ ଗଛ କଟାଯିବ ନାହିଁ,ଜାଣନ୍ତୁ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ଦ୍ୱାରା ଦକ୍ଷିଣ ରିଜ୍‌ ଅଞ୍ଚଳରେ ୪୭୩ଟି ଗଛ କାଟିବା ପାଇଁ ମଗାଯାଇଥିବା ଅନୁମତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ (ଡିଡିଏ)କୁ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଡିଡିଏ ସାରା ଦିଲ୍ଲୀର ୧୮୫ ଏକର ଜମିରେ ୧.୬ ଲକ୍ଷ ଗଛ ନ ଲଗାଇଛି, ସେପର୍ଯ୍ୟନ୍ତ ତାକୁ ଆଉ ଗଛ କାଟିବାକୁ ଅନୁମତି ଦିଆଯିବ ନାହିଁ।

ଖବର ଅନୁଯାୟୀ, ସେଣ୍ଟ୍ରାଲ ଆର୍ମଡ୍ ପୋଲିସ୍ ଫୋର୍ସେସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ କରିବା ପାଇଁ ସାଉଥ୍ ରିଜ୍ ଅଞ୍ଚଳରେ ୪୭୩ଟି ଗଛ କାଟିବା ଏବଂ ୨.୯୭ ହେକ୍ଟର ଜଙ୍ଗଲ ଜମିକୁ ଅନ୍ୟ କାମରେ ବ୍ୟବହାର କରିବା ପାଇଁ ଡିଡିଏ ଅନୁମତି ମାଗିଥିଲା। ଏହି ଯୋଜନାରେ ୨,୫୧୯ଟି ଚାରାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ମଧ୍ୟ ସାମିଲ ଥିଲା, ଯାହାକୁ ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ଗଛ କାଟିବା ଯୋଗୁଁ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ତରବରିଆ ଭାବେ ଲଗାଯାଇଥିଲା।

Supreme Cour

ସୁପର ସ୍ପେଶିଆଲିଟି ହସ୍ପିଟାଲ୍, ଗୁରୁତର ଭାବେ ଆହତ ପାରାମିଲିଟାରୀ ଫୋର୍ସର ଯବାନମାନଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ଯୋଗାଇଥାଏ। ଏହି କଥାକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ଏହି ଯୋଜନା ପାଇଁ ରାଜି ହୋଇଥିଲେ। ତଥାପି କୋର୍ଟ ଏକ ସର୍ତ୍ତ ରଖିଥିଲେ, ଯେଉଁଥିରେ ରାଜଧାନୀର କିଛି ଅଞ୍ଚଳରେ ଏପରି ଜମି ଚିହ୍ନଟ କରିବାକୁ କୁହାଯାଇଥିଲା ଯେଉଁଠାରେ ପ୍ରଦୂଷଣ କମାଇବା ପାଇଁ ଛୋଟ ଜଙ୍ଗଲ ସୃଷ୍ଟି କରାଯାଇପାରିବ।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂହ ଡିଡିଏ ଦ୍ୱାରା ୧୮୫ ଏକର ଜମି ହସ୍ତାନ୍ତର କରାଯିବା ପରେ ବନ ବିଭାଗ ପକ୍ଷରୁ କରାଯାଇଥିବା କାର୍ଯ୍ୟକୁ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ବେଞ୍ଚ ଏହି ପ୍ରୋଗ୍ରେସ ରିପୋର୍ଟକୁ ପୁରୁଣା ଦର୍ଶାଇ ଖାରଜ କରିଦେଇଥିଲେ ଏବଂ ଦିଲ୍ଲୀ ବନ ବିଭାଗଠାରୁ ବୃକ୍ଷରୋପଣ ଉପରେ ଏକ ନୂତନ ଅପଡେଟ୍ ମାଗିଥିଲେ। ସିଜେଆଇ ସୂର୍ଯ୍ୟକାନ୍ତ ଡିଡିଏକୁ କହିଛନ୍ତି ଯେ ସେପର୍ଯ୍ୟନ୍ତ ଗଛ କାଟିବା ପାଇଁ କୌଣସି ଅନୁମତି ଦିଆଯିବ ନାହିଁ। ଏଥିସହିତ ଦୁଇ ସପ୍ତାହ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+