ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଜୁନ୍ ୩୦ ପରେ ଆଉ ମିଳିବନି ମାଗଣା ରାସନ!
Free Ration: ରାସନ କାର୍ଡ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ବଡ ଖବର । ଦିନକ ପରେ ରାସନ କାର୍ଡରେ ମାଗଣା ଚାଉଳ ଏବଂ ଗହମ ପାଇବେନି ଗ୍ରାହକ । କାରଣ ଜୁନ୍ ୩୦ ତାରିଖରେ ଏକ ବଡ ନିୟମରେ ପରିବର୍ତ୍ତନ ହେଉଛି । କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ଚାଉଳ-ଗହମ ଇତ୍ୟାଦି ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇପାରନ୍ତି ଉପଭୋକ୍ତା ।
ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ରାସନ କାର୍ଡ଼କୁ ସଂଯୋଗ କରିବାର ତାରିଖ ପାଖେଇ ଆସୁଛି। ଏ ସମ୍ପର୍କରେ ସରକାର ମଧ୍ୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ରାସନ କାର୍ଡ ଏବଂ ଆଧାର କାର୍ଡକୁ ସଂଯୋଗ କରିବା ପରେ, ଅଭାବୀ ଲୋକ ଖାଦ୍ୟ ଶସ୍ୟର ଅଂଶ ପାଇଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ସହଜ ହେବ।

ଏହାପୂର୍ବରୁ ରାସନ-ଆଧାର କାର୍ଡ ଲିଙ୍କ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ପରେ ଏହାକୁ ବୃଦ୍ଧି କରାଯାଇ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ ସରକାର । ବର୍ତ୍ତମାନ ଆପଣଙ୍କ ହାତରେ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ଯେହେତୁ ସରକାର ରାସନ କାର୍ଡକୁ ଏକ ନେସନ-ୱାନ ରୋସନ ଭାବରେ ଘୋଷଣା କରିଛନ୍ତି, ସେହି ଦିନଠାରୁ ଆଧାର ସହିତ ରାସନ କାର୍ଡକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଉଛି।
କିପରି ରାସନ କାର୍ଡ-ଆଧାର କାର୍ଡ କରିବେ ଲିଙ୍କ ?
- - ସାର୍ବଜନିକ ବିତରଣ ପ୍ରଣାଳୀ ବା ପିଡିଏସର ପୋର୍ଟାଲକୁ ଯାଆନ୍ତୁ
- - ଆକ୍ଟିଭ କାର୍ଡ ସହିତ ଆଧାର ଲିଙ୍କକୁ ଚୟନ କରନ୍ତୁ
- - ରାସନ କାର୍ଡର ନମ୍ବର ଏବଂ ଏହାପରେ ଆଧାର କାର୍ଡ ନମ୍ବର ଅପଡେଟ କରନ୍ତୁ
- - ନିଜ ପଞ୍ଜୀକୃତ ମୋବାଇଲ ନମ୍ବର ଲେଖନ୍ତୁ
- - ସବମିଟ ଅପ୍ସନ ଉପରେ କ୍ଲିକ କରିବା ପରେ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ
- - ଆଧାର-ରାସନ ଲିଙ୍କ ପେଜ ଓଟିପି ଦିଅନ୍ତୁ, ସବମିଟ କରନ୍ତୁ
- - ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ମୋବାଇଲକୁ ଏ ସମ୍ପର୍କରେ ଏକ ମେସେଜ ଆସିବ












Click it and Unblock the Notifications