ମହାକୁମ୍ଭ ଉପରେ ଏଭଳି କିଛି ପ୍ରତିକ୍ରିୟା ରଖିଲେ ସାପା ନେତା, କହିଲେ ଶାସ୍ତ୍ରରେ ଲେଖା ନାହିଁ.....
ଉତ୍ତରପ୍ରଦେଶ ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନରେ ସମାଜବାଦୀ ପାର୍ଟି(ସପା), ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛି। ମହାକୁମ୍ଭରେ ଦଳାଚକଟା, ପେପର ଲିକ୍ ଇତ୍ୟାଦି ପ୍ରସଙ୍ଗରେ ଦଳର ନେତାମାନେ ଯୋଗୀ ସରକାରଙ୍କ ଉପରେ ବର୍ଷିଥିଲେ। ଏହି ସମୟରେ, ମହାକୁମ୍ଭକୁ ନେଇ ବରିଷ୍ଠ ସପା ନେତା ଏବଂ ବିଧାୟକ ଶିବପାଲ ସିଂହ ଯାଦବ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ ବୋଲି ଜଣାପଡ଼ିଛି।

ସେ କହିଥିଲେ ଯେ, "ଶାସ୍ତ୍ରରେ କୌଣସି ସ୍ଥାନରେ ୧୪୪ ବର୍ଷ ପରେ ମହାକୁମ୍ଭ ଆସିବାର ଉଲ୍ଲେଖ ନାହିଁ, ଯଦି ଅଛି, ତେବେ ଏମାନେ ପ୍ରମାଣ କରନ୍ତୁ। ଜନ ସମ୍ପର୍କ ପାଇଁ ସରକାରୀ ଟଙ୍କା ଅପବ୍ୟବହାର କରାଯାଇଛି। ଏପରି ସରକାର ଇସ୍ତଫା ଦେବା ଉଚିତ। ସବୁଠି ଅରାଜକତା ରହିଛି। ସରକାର ନିଜକୁ ସନାତନୀ ବୋଲି କହି ଲୋକଙ୍କ ବିଶ୍ୱାସ ସହିତ ଖେଳୁଛନ୍ତି। ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ବିଶ୍ୱାସକୁ ଶୋଷଣ କରିବା। ଏମାନଙ୍କର ଆସ୍ଥା ସହିତ କୌଣସି ସମ୍ପର୍କ ନାହିଁ।"












Click it and Unblock the Notifications