ଚଣ୍ଡିଗଡ଼ ବିଲ ଉପରେ ନୀରବତା ଭାଙ୍ଗିଲା ଗୃହ ମନ୍ତ୍ରଣାଳୟ, କହିଲା ଶୀତକାଳୀନ ଅଧିବେଶନରେ ......
କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡିଗଡ଼ର ବୈଧାନିକ ସ୍ଥିତି ବଦଳିବା ନେଇ ରିପୋର୍ଟ ଓ ବିବାଦ ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି । ଗୃହ ମନ୍ତ୍ରଣାଳୟ କହିଛି ଯେ ଚଣ୍ଡିଗଡ଼ ପାଇଁ କେନ୍ଦ୍ର ପକ୍ଷରୁ ଆଇନ ପ୍ରଣୟନ ପ୍ରକ୍ରିୟାକୁ ସରଳ କରିବା ପାଇଁ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖରେ ବିଚାରଧୀନ ରହିଛି । ଏହି ସମ୍ୱନ୍ଧରେ ସଂସଦର ଶୀତକାଳୀନ ଅଧିବେଶନରେ ବିଧେୟକ ଆଣିବାର କୌଣସି ପ୍ରସ୍ତାବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଏହି ରିପୋର୍ଟ କାରଣରୁ ରାଜନୈତିକ ମହଲରେ ଉଷ୍ମତା ବଢିଛି । ଏହାକୁ ଦେଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରବିବାର ସୋସିଆଲ୍ ମିଡିଆରେ ଏକ ପୋଷ୍ଟରେ କହିଛି ଯେ ଚଣ୍ଡିଗଡ଼ ସହ ପଞ୍ଜାବ କିମ୍ୱା ହରିୟାଣାର ପରମ୍ପରାଗତ ସମ୍ୱନ୍ଧକୁ ବଦଳାଇବା ବିଷୟରେ କୌଣସି ଆଲୋଚନା ଚାଲି ନାହିଁ ।
ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ବିଷୟ ଉପରେ କୌଣସି ବି ପ୍ରକାରର ଚିନ୍ତା କରିବାର ଆବଶ୍ୟକତା ନାହିଁ । ଶୀତକାଳୀନ ଅଧିବେଶନରେ ଏହି ମାମଲାରେ କୌଣସି ବିଲ୍ ଉପସ୍ଥାପନ କରିବା ନେଇ ସରକାରଙ୍କ କୌଣସି ଲକ୍ଷ୍ୟ ନାହିଁ । ଉଲ୍ଲେଖଯୋଗ୍ୟ ଯେ ପ୍ରସ୍ତାବିତ ବିଧେୟକକୁ ନେଇ ପଞ୍ଜାବ ସରକାର କଡ଼ା ଆପତ୍ତି ପ୍ରକାଶ କରିଛନ୍ତି । କଂଗ୍ରେସ ମଧ୍ୟ ଏଥିପାଇଁ ଗମ୍ଭୀର ପରିଣାମ ଭୋଗିବା ଚେତାବନୀ ଦେଇଛି ।

ଭାରତୀୟ ସମ୍ୱିଧାନର ଧାରା ୨୪୦ ସେଇ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସନ ସହ ଜଡ଼ିତ, ଯାହାଙ୍କ ପାଖରେ ନିଜର କୌଣସି ବିଧାନସଭା ନଥାଏ । ଏହି ସୂଚୀରେ ବର୍ତ୍ତମାନ ଆଣ୍ଡାମାନ-ନିକୋବାର, ଲାକ୍ଷଦ୍ୱୀପ, ଦାଦରା ଓ ନଗର ହାଭେଲୀ ଆଦି ସାମିଲ ଅଛି । ଯଦି ନୂଆ ବିଧେୟକ ପରିତ ହୋଇଯାଏ, ତେବେ ଚଣ୍ଡିଗଡ଼ ମଧ୍ୟ ଏହି ସୂଚୀରେ ସାମିଲ ହୋଇଯିବ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଏକ ସ୍ୱତନ୍ତ୍ର ପ୍ରଶାସକ (ଆଡମିନିଷ୍ଟ୍ରେଟର/ଏଲଜି) ନିଯୁକ୍ତ କରାଯିବ ।
ବର୍ତ୍ତମାନ ପଞ୍ଜାବର ରାଜ୍ୟପାଳ ହିଁ ଚଣ୍ଡିଗଡ଼ର ପ୍ରଶାସକ ରୂପେ କାର୍ଯ୍ୟ କରନ୍ତି । ଯଦିଓ ଏହା ସଂଯୁକ୍ତ ରାଜଧାନୀ, ତଥାପି ପ୍ରଶାସନିକ ଶକ୍ତି ଦୀର୍ଘ ବର୍ଷରୁ ପଞ୍ଜାବ ରାଜ୍ୟପାଳଙ୍କ ପାଖରେ ରହିଛି । ଯଦି ବିଧେୟକ ପାରିତ ହୋଇଯାଏ, ତେବେ ଏଠାରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ଓ ପ୍ରଶାସନିକ ନିଯୁକ୍ତି କେନ୍ଦ୍ର ତରଫରୁ ହେବ ।
ଏହା ପୂର୍ବରୁ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ ସରକାର କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡିଗଡ଼ର ବୈଧାନିକ ସ୍ଥିତି ବଦଳାଇବା ଦିଗରେ କାମ କରୁଛନ୍ତି । ଏହାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଥିଲେ ଯେ ଏହା ଏକ ବଡ଼ ଅନ୍ୟାୟ । ବିଜେପି ସରକାର ପଞ୍ଜାବର ରାଜଧାନୀ ଛଡ଼ାଇ ନେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ସେ କହିଥିଲେ, ଚଣ୍ଡିଗଡ଼ ପୂର୍ବରୁ ବି ପଞ୍ଜାବର ଅଭିନ୍ନ ଅଂଶ ଥିଲା ଓ ସବୁବେଳେ ରହିବ । କୌଣସି ବ୍ୟକ୍ତି କିମ୍ୱା ସଂସ୍ଥା ଏହା ମନା କରିପାରିବ ନାହିଁ ଯେ ମାତୃ ରାଜ୍ୟ ଭାବେ ପଞ୍ଜାବର ନିଜ ରାଜଧାନୀ ଚଣ୍ଡିଗଡ଼ ଉପରେ ପୂରା ଅଧିକାର ରହିଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications