ଭୋଟ ବଦଳରେ ନୋଟ ମାମଲାରେ ବଡ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ , ନେଉଥିଲେ ଆଉ ସୁରକ୍ଷା ନାହିଁ

ଭୋଟ୍ ବଦଳରେ ଲାଞ୍ଚ ନେବା ମାମଲାରେ ସାଂସଦ ଏବଂ ବିଧାୟକମାନେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ନିଜର ମତ ପ୍ରକାଶ କରିଛନ୍ତି ଏବଂ 1998 ରେ ଦିଆଯାଇଥିବା ପୂର୍ବ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି । ସାଂସଦ ଓ ବିଧାୟକମାନଙ୍କୁ ଆଇନଗତ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଭୋଟ ବଦଳରେ ନୋଟ ନେଉଥିବା ଏମ୍‌ପି/ ବିଧାୟକଙ୍କ ଆଇନଗତ ସୁରକ୍ଷା ନାହିଁ ।

Supreme Court

ସୁପ୍ରିମକୋର୍ଟ କହିଛନ୍ତି, ଭୋଟ ବଦଳରେ ନୋଟ ନେଉଥିବା ଏମ୍‌ପି/ ବିଧାୟକଙ୍କ ଆଇନଗତ ସୁରକ୍ଷା ନାହିଁ। ୭ ଜଣ ବିଚାରପତି ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଦେଇଛନ୍ତି।
ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ୍‌, ଜଷ୍ଟିସ ଏସ ବୋପାନ୍ନା, ଜଷ୍ଟିସ ଏମ ସୁନ୍ଦରେଶ, ଜଷ୍ଟିସ ପିଏସ ନରସିଂହ, ଜେବି ପାରଦୀୱାଲା, ଜଷ୍ଟିସ ସଞ୍ଜୟ କୁମାର ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ରାୟ ପ୍ରଦାନ କରିଛି। ସୁପ୍ରିମକୋର୍ଟ ଏହି ରାୟ ଦେବାବେଳେ କହିଛନ୍ତି, ଭୋଟ ଦେବା ପାଇଁ ଲାଞ୍ଚ ନେଇଥିବା ଏମ୍‌ପି/ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। ୧୯୯୮ ପି.ଭି ନରସିଂହ ରାଓ ମାମଲାରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚର ନିଷ୍ପତ୍ତିକୁ ରଦ୍ଦ କରିଦିଆଯାଇଛି।

ସୁପ୍ରିମକୋର୍ଟର ସାତଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସାଂସଦ କିମ୍ବା ବିଧାୟକମାନେ ଗୃହରେ ଭୋଟ୍ ଦେବା ପାଇଁ ଲାଞ୍ଚ ନେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ରକ୍ଷା ପାଇପାରିବେ ନାହିଁ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଲାଞ୍ଚ ଉପରେ କକୌଣସି ଛାଡ ଦିଆଯାଇପାରିବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+