• search
For Quick Alerts
Turn On Notification  
For Daily Alerts

କରୋନା ମାମଲା ବୃଦ୍ଧି ହେତୁ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବିଦେଶୀ ଅତିଥି

|

ନୂଆଦିଲ୍ଲୀ : ଆସନ୍ତା ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଚାଲିଛି । କିନ୍ତୁ ଦେଶରେ ବହୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଏଥର ବିଦେଶୀ ଅତିଥିମାନେ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ ନାହିଁ । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କରୋନା କାରଣରୁ, ବିଦେଶୀ ଅତିଥିମାନଙ୍କ ବିନା ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

republic day

ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଭାଗ ନେବାକୁ ଭାରତ କାଜାକିସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ନେତାମାନଙ୍କୁ ଆମନ୍ତ୍ରଣ କରିଥିଲା । ଯଦିଓ ଏହି ବିଷୟରେ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ, କିନ୍ତୁ ବର୍ତ୍ତମାନ କରୋନା କାରଣରୁ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଏହି ବିଦେଶୀ ଅତିଥିମାନେ ଯୋଗଦେବେ ନାହିଁ ।

ଗତ କିଛି ସପ୍ତାହ ମଧ୍ୟରେ, କରୋନା ଭାଇରସ୍ ଓମିକ୍ରନ୍ ର ନୂତନ ପ୍ରକାରର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଥିବାବେଳେ କାଜାକିସ୍ତାନରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନରେ 220 ଜଣ ପ୍ରାଣ ହରାଇଥିଲେ, ଯେଉଁଥିପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ । ଜଣେ କୂଟନୀତିଜ୍ଞ କହିଛନ୍ତି ଯେ ବର୍ତ୍ତମାନ ପାଞ୍ଚଟି ଦେଶ ଭର୍ଚୁଆଲ୍ ଶିଖର ସମ୍ମିଳନୀ ଉପରେ ଧ୍ୟାନ ଦେଉଛନ୍ତି । ସମସ୍ତ 6 ଟି ଦେଶର 30 ବର୍ଷର କୂଟନୈତିକ ସମ୍ପର୍କ ହେବା ଅବସରରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ ଆୟୋଜିତ ହେବ, ଯଦିଓ ଏହାର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

ଗତ ବର୍ଷ ମଧ୍ୟ କୌଣସି ମୁଖ୍ୟ ଅତିଥି ବିନା ଭାରତରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଗତ ବର୍ଷ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଭାରତ ଆସିବା ନେଇ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ କରୋନା ମାମଲା ବୃଦ୍ଧି ହେତୁ ସେ ଭାରତ ଗସ୍ତକୁ ବାତିଲ କରିଦେଇଥିଲେ । 2021 ପୂର୍ବରୁ, ମୁଖ୍ୟ ଅତିଥି ବିନା 1966 ରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହି ବର୍ଷ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ଇନ୍ଦିରା ଗାନ୍ଧୀ 24 ଜାନୁଆରୀରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହା ବ୍ୟତୀତ 1952 ଏବଂ 1953 ରେ ମଧ୍ୟ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଆସିନଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
No foreign guests will come on 26 january event due to surge in Corona
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X