ଦିଲ୍ଲୀରେ କ୍ଷମତା ପରିବର୍ତ୍ତନ ମଧ୍ୟରେ ସଚିବାଳୟରେ ଫାଇଲର ସୁରକ୍ଷାକୁ ନେଇ ଜାରି ହେଲା ନିର୍ଦ୍ଦେଶ
ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଦିଲ୍ଲୀରେ ଦୋହଲି ଯାଇଛି ଆପର ଜନାଧାର । ୨୭ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ, ଆପ୍ ହାତରୁ ଖସିଯାଇଛି କ୍ଷମତାର ଡୋର । ବିଜେପି ୪୮ଟି ଆସନ ଜିତିଥିବା ବେଳେ ଆପ୍ ୨୨ଟି ଆସନ ପାଇଛି। ଆପ୍ ପାଇଁ ଆଉ ଏକ ବଡ଼ ଝଟକା ହେଉଛି ଏହାର ଦୁଇ ପ୍ରମୁଖ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ହାରିଯାଇଛନ୍ତି।

ଦିଲ୍ଲୀରେ କ୍ଷମତା ପରିବର୍ତ୍ତନ ମଧ୍ୟରେ ଦିଲ୍ଲୀ ସରକାରର ସାଧାରଣ ପ୍ରଶାସନ ବିଭାଗ (ଜିଏଡି) ଶନିବାର ଏକ ଆଦେଶରେ କହିଛି କି, ରେକର୍ଡର ସୁରକ୍ଷା ସୁନିଶ୍ଚିତ କରିବାକୁ ତାଙ୍କର ପୂର୍ବ ଅନୁମତି ବିନା କୌଣସି ବି ଫାଇଲ , କାଗଜପତ୍ର ବା କମ୍ପ୍ୟୁଟର ଦିଲ୍ଲୀ ସଚିବାଳୟରୁ ବାହାରକୁ ନିଆଯାଇ ପାରିବ ନାହିଁ। ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନାଙ୍କର ନିର୍ଦ୍ଦେଶରେ, ସାଧାରଣ ପ୍ରଶାସନ ବିଭାଗ (ଜିଏଡି) ଏକ ଆଦେଶ ଜାରି କରି ସବୁ ବିଭାଗ, ଏଜେନ୍ସି ଓ ମନ୍ତ୍ରିପରିଷଦର କ୍ୟାମ୍ପ କାର୍ଯ୍ୟାଳୟକୁ ବିଭାଗର ପୂର୍ବରୁ ଅନୁମତି ବିନା କୌଣସି ବି ରେକର୍ଡ ବା ଫାଇଲକୁ ନହଟେଇବାକୁ ନିର୍ଦ୍ଦେଶ ଦେଇଛି।












Click it and Unblock the Notifications