କ୍ୟାମରେ ଆଗରେ କାନ୍ଦିଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି?

ଆର୍‌ସିବିର ବିଜୟ ପରେ ଭବ୍ୟ ଉତ୍ସବ ପାଳନ ହେଉଥିବା ବେଳେ ଦଳାଚକଟା ଘଟି ଏଗାର ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ୟାମେରା ଆଗରେ କାନ୍ଦି ପକାଇଛନ୍ତି।

ସେ ଭାବପ୍ରବଣ ହୋଇ କହିଛନ୍ତି ଯେ ''ପିଲାମାନଙ୍କ ପାଇଁ ଚିନ୍ତିତ। ସେହି ଛୋଟ ପିଲାମାନେ; ଯାହାଙ୍କ ବୟସ ୧୫ ବର୍ଷ ବୟସ ମଧ୍ୟରେ ହେବ। ମୁଁ ନିଜ ଆଖିରେ ୧୦ଟି ମୃତଦେହ ଦେଖିଛି। କୌଣସି ପରିବାର ଏହି କ୍ଷତିକୁ ହଜମ କରିପାରିବ ନାହିଁ।"

ଦଳାଚକଟା ପରେ କେତେ ଶୀଘ୍ର ପରିସ୍ଥିତି ଖରାପ ହୋଇଗଲା ଏବଂ କାର୍ଯ୍ୟକ୍ରମସ୍ଥଳରେ ଥିବା ଅଧିକାରୀମାନେ ତାଙ୍କୁ କିପରି ଖବର ​​ଜଣାଇଥିଲେ ତାହା ମଧଡ଼୍ୟ ବର୍ଣ୍ଣନା କରିଥିଲେ ଶିବକୁମାର୍‌।

DK Shivakuma

ସେ କହିଛନ୍ତି, "ପୁଲିସ କମିସନର ମୋତେ ୧୦ ମିନିଟ୍ ମଧ୍ୟରେ କାର୍ଯ୍ୟକ୍ରମ ଶେଷ କରିବାକୁ କହିଥିଲେ। ମୁଁ କାର୍ଯ୍ୟକ୍ରମ ଶୀଘ୍ର ସମାପ୍ତ କରିଥିଲି। ସେ ମୋତେ କହିଥିଲେ ଯେ ୧-୨ ଜଣଙ୍କ ଜୀବନ ଯାଇଛି। କାର୍ଯ୍ୟକ୍ରମ ଶୀଘ୍ର ଶେଷ କରନ୍ତୁ। ୧୦ ମିନିଟ୍ ମଧ୍ୟରେ କାର୍ଯ୍ୟକ୍ରମ ଶେଷ କରନ୍ତୁ,"।

ବୁଧବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିବା ପରେ ସେମାନଙ୍କୁ ସମ୍ମାନିତ କରିବା ପାଇଁ ଆୟୋଜିତ ସାର୍ବଜନୀନ ଉତ୍ସବ ସମୟରେ ଦଳାଚକଟା ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+