ଏଣିକି ଏହି ବୟସର ପିଲାଙ୍କୁ ହଲ୍ ମନା, ଥିଏଟରରେ ଦଳଚକଟା ପରେ କଠୋର୍ ହେଲେ କୋର୍ଟ
ଏଣିକି ଫିଲ୍ମ ହେଲେ ଯିବାକୁ ହେଲେ ମାନିବାକୁ ପଡିବ ଏହିସବୁ ନିୟମ। ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଏହି ବୟସର ପିଲା ଯାଇପାରିବେନି ଫିଲ୍ମ ହଲ୍। ହଲ୍ ଯିବାକୁ ହେଲେ ମାନିବାକୁ ପଡିବ ଏହିସବୁ ନିୟମ। ହେଲେ ଏମିତି ଏକ ନିଷ୍ପତ୍ତି ଆମ ଓଡିଶା ପାଇଁ ନୁହେଁ ବରଂ ତେଲେଙ୍ଗାନାରେ ଏପରି କଟକଣା ଲାଗୁ କରାଯାଇଛି। ତେଲେଙ୍ଗାନା ହାଇକୋର୍ଟ କିଛି ନିର୍ଦ୍ଦିଷ୍ଟ ବୟସର ବା ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ଏପରି ନିର୍ଦ୍ଦେଶ ଲାଗୁ କରାଯାଇଛି।

ତେବେ ଡିସେମ୍ବର ୪, ୨୦୨୪ ଦିନ ବିଗ୍ ବଜେଟ୍ ସିନେମା ପୁଷ୍ପା-୨ର ପ୍ରିମିୟର ସୋ'ରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ମଧ୍ୟ ପ୍ରଶଂସକଙ୍କ ଭିଡ ଲାଗିଥିଲା । ଆଉ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରଥମ ସ୍କ୍ରିନିଂ ସମୟରେ ଅଲ୍ଲୁ ଅର୍ଜୁନଙ୍କ ଉପସ୍ଥିତିରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟା ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାବାଳକ ପୁଅ ଗୁରୁତର ହୋଇଥିଲା । ପରେ ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଜାମିନ ମିଳିଥିଲା । ଗହଳି ସମୟରେ ସିନେମା ଦେଖିବାକୁ ପିଲାମାନେ ଆସୁଥିବାରୁ ଏମିତି ଅଘଟଣ ଘଟୁଛି ତେଣୁ ପିଲାଙ୍କ ସିନେମା ହଲ ଆସିବା ଉପରେ କଟକଣା ଜାରି କରାଯାଇଛି ।












Click it and Unblock the Notifications