କମ୍ପାନୀ ଦେଲାନି ବୋନସ, ଟୋଲ ଗେଟ୍ ଖୋଲିଦେଲେ କର୍ମଚାରୀ

ଉତ୍ତର ପ୍ରଦେଶର ଫତେହାବାଦ ଟୋଲ୍ ଟ୍ୟାକ୍ସ କର୍ମଚାରୀମାନଙ୍କ ଅଭାବନୀୟ କାଣ୍ଡ । ଦୀପାବଳି ବୋନସ୍ କମ୍ ପାଇବା ପରେ ଟୋଲ୍ ଗେଟ୍ ଖୋଲି ଦେଇଛନ୍ତି କର୍ମଚାରୀ । ଫଳରେ ଟୋଲ୍ କମ୍ପାନୀର ୩୦ ଲକ୍ଷ ଲଙ୍କା କ୍ଷତି ହୋଇଛି । ଖବର ମୁତାବକ, ଦୀପାବଳି ଅବସରରେ କମ୍ ବୋନସ ମିଳିବାରୁ ଫତେହାବାଦ ଟୋଲ ଟ୍ୟାକ୍ସ କର୍ମଚାରୀ ନିରାଶ ରହିଥିଲେ । ତେଣୁ ବୋନସ ପାଇବା ପରେ ଶନିବାର ରାତିରେ ଟୋଲ୍ ଗେଟ ଖୋଲିଦେଇଥିଲେ ।

ଧନତେରସରେ ହଜାର ହଜାର ଯାନବାହନ ଆଗ୍ରାର ଲକ୍ଷ୍ନୌ ଏକ୍ସପ୍ରେସୱେ ଟୋଲ୍ ଟ୍ୟାକ୍ସ ନ ଦେଇ ଯାଇଥିଲା । ଯାହା ଫଳରେ ଟୋଲ୍ କମ୍ପାନୀର ୨.୫ ରୁ ୩୦ ଲକ୍ଷ ଟଙ୍କା କ୍ଷତି ହୋଇଥିଲା । ପ୍ରାୟ ଦୁଇ ଘଣ୍ଟା ପାଇଁ ଟୋଲ୍ ଆଦାୟ ବନ୍ଦ ରହିଥିଲା । ମ୍ୟାନେଜର ପ୍ରଥମେ କର୍ମଚାରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ମନା କରିଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହ୍ଚିଥିଲା ।

nh

ଫତେହାବାଦ ଟୋଲ୍ ପ୍ଲାଜାର ଦାୟିତ୍ୱ ଚଳିତବର୍ଷ ମାର୍ଚ୍ଚ ମାସରୁ ଶ୍ରୀ ସାଇ ଏବଂ ଦାତାର କମ୍ପାନୀ ପାଖରେ ଅଛି । ଏହି ଟୋଲ୍ ପ୍ଲାଜାରେ ୨୧ଜଣ କର୍ମଚାରୀ ରହିଛନ୍ତି । ଦୀପାବଳି ଅବସରରେ, କମ୍ପାନୀ ପ୍ରତ୍ୟେକ କର୍ମଚାରୀଙ୍କୁ ବୋନସ୍ ଦେଇଥିଲା, କିନ୍ତୁ କର୍ମଚାରୀମାନେ ଏହାକୁ ପର୍ଯ୍ୟାପ୍ତ ମନେ କରିଥିଲେ। କମ୍ପାନୀ ପ୍ରତ୍ୟେକ କର୍ମଚାରୀଙ୍କୁ ୧୧୦୦ ବୋନସ୍ ଦେଇଥିଲା, କିନ୍ତୁ କର୍ମଚାରୀମାନେ ଦାବି କରିଥିଲେ ଯେ, ସେମାନେ ପୂର୍ବ ଥର ୫୦୦୦ ବୋନସ୍ ପାଇଥିଲେ । ତେଣୁ, ସେମାନେ ଏଥର ମଧ୍ୟ ସମାନ ବୋନସ୍ ଦାବି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+