ହେଲା ଜନ ଧନ ଆକାଉଣ୍ଟ କୁ ନେଇ ବଡ଼ ଅପଡେଟ୍, ଅର୍ଥମନ୍ତ୍ରଣାଳୟ କହିଲା....
କାର୍ଯ୍ୟକ୍ଷମ ନ ଥିବା ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ପାଇଁ ବ୍ୟାଙ୍କ୍ ଗୁଡ଼ିକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଏକ ବିବୃତ୍ତିରେ ଆଜି ମନ୍ତ୍ରଣାଳୟ କହିଛି, ନିଷ୍କ୍ରିୟ ରହୁଥିବା ଜନଧନ ଆକାଉଣ୍ଟ ଗୁଡ଼ିକ ଉପରେ ନିରନ୍ତର ନଜର ରଖାଯାଇଛି । ଆକାଉଣ୍ଟଧାରୀଙ୍କ ସହିତ ଯୋଗାଯୋଗ କରିବାକୁ ବ୍ୟାଙ୍କ୍ ଗୁଡ଼ିକୁ ପରାମର୍ଶ ଦିଆଯାଇଛି ।
ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ମଧ୍ୟ ପଦକ୍ଷେପ ନେବାକୁ ବ୍ୟାଙ୍କ୍ ଗୁଡ଼ିକୁ କୁହାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି । ସୂଚନା ଯୋଗ୍ୟ ଏଭଳି ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ପାଇଁ ଆର୍ଥିକ ସେବା ବିଭାଗ ବ୍ୟାଙ୍କ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ୍ ପ୍ରକାଶ ପାଇଥିଲା ।

ଅନ୍ୟ ପକ୍ଷରେ ଜନଧନ ଆକାଉଣ୍ଟ ଗୁଡ଼ିକର ମୋଟ୍ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି । ମନ୍ତ୍ରଣାଳୟ କହିଛି, ଜନଧନ ଯୋଜନା ଆକାଉଣ୍ଟ, ଜୀବନଜ୍ୟୋତି ବିମା ଯୋଜନା, ଅଟଳ ପେନ୍ସନ୍ ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ଅଧିକରୁ ଅଧିକ ହିତାଧିକାରୀଙ୍କ ପାଖରେ ପହଞ୍ଚପାରିବ ସେଥିପାଇଁ ଏକ ତିନି ମାସିଆ ଅଭିଯାନ ଜାରି ରହିଛି ।












Click it and Unblock the Notifications