ବିଶ୍ୱରେ ବଢ଼ୁଥିବା ଟାରିଫ୍ ୱାର୍ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ବନ୍ଧୁକ ମୁନରେ......
ବିଶ୍ବରେ ଚହଳ ପକାଇଛି ଟ୍ରମ୍ଫଙ୍କ ଟାରିଫ୍ ବାଣ, ବିଶେଷ କରି ଆମେରିକା ଓ ଚୀନ ମଧ୍ୟରେ ଟାରିଫ୍କୁ ନେଇ ତିକ୍ତତା ଦେଖାଦେଇଛି । ଦୁଇ ଦେଶ ପରସ୍ପର ଉପରେ ଶୁଳ୍କ ଲଗାଉଛନ୍ତି । ଏହାରି ଭିତରେ ଆମେରିକା- ଭାରତ ଟ୍ରେଡ଼ ଟକ୍କୁ ନେଇ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ହୋଇଛି । ବନ୍ଧକ ମୂନରେ ଆମେ କୌଣସି ଚୁକ୍ତି କରିବୁନି ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ।
ଇଣ୍ଡିଆ-ଇଟାଲୀ ବିଜ୍ନେସ ଫୋରମକୁ ସମ୍ବୋଧିତ କରି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି, '' ବନ୍ଧକ ମୂନରେ ଆମେ କୌଣସି ଚୁକ୍ତି କରିବୁନି . ଉଭୟ ପକ୍ଷ ଯେତେବେଳେ ସେମାନଙ୍କ ଆବଶ୍ୟକତା ଏବଂ ସମସ୍ୟାକୁ ବୁଝିବା ସହ ସମ୍ବେଦନଶୀଳ ହେବେ ସେବେ ଆଲୋଚନା ପାଇଁ ରାସ୍ତା ବାହାରିବ । ବିକଶିତ ଭାରତ ୨୦୪୭କୁ ନଜରରେ ରଖି 'ଇଣ୍ଡିଆ ଫାଷ୍ଟ' ଆଧାରରେ ଆମର ସବୁ ବାଣିଜ୍ୟିକ ଆଲୋଚନା ଠିକ୍ ଭାବେ ଅଗ୍ରଗତି କରୁଛି ।

ଗନ୍ ପଏଣ୍ଟ ବା ବାଧ୍ୟବାଧକତାରେ କାହାକୁ କୌଣସି ଆଲୋଚନାରେ କାହାକୁ ସାମିଲ କରାଇ ହେବନି । ଠିକ୍ ସମୟ ଆସିଲେ ତ୍ୱରିତ ଆଲୋଚନା ସମ୍ଭବ । ସେହି ସମୟ ଯାଏ ଦେଶ ଏବଂ ଲୋକଙ୍କ ସ୍ୱାର୍ଥ ରକ୍ଷା ଉପରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ୯୦ ଦିନିଆ ଟାରିଫ୍ ଆଶ୍ୱସ୍ତି ପରେ ଏବେ ୭୫ ଦେଶ ଆମେରିକା ସହ ଆଲୋଚନା କରିବା ଲାଗି ଅଗ୍ରସର ହୋଇଛନ୍ତି । ''
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications