ନଗର ନିଗମ ଅଧିକାରୀଙ୍କୁ ଚେତାବନୀ ଦେଲେ ହାଇକୋର୍ଟ
ମୁମ୍ବାଇରେ ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ବମ୍ବେ ହାଇକୋର୍ଟ ମୁମ୍ବାଇ ଏବଂ ନଭି ମୁମ୍ବାଇ ନଗର ନିଗମ ଅଧିକାରୀଙ୍କୁ କଠୋର ଚେତାବନୀ ଦେଇଛନ୍ତି । ଯଦି ଅଧିକାରୀମାନେ ପ୍ରଦୂଷଣ କମ୍ କରିବା ଲାଗି ଉଦ୍ଦିଷ୍ଟ ଆଦେଶ ପାଳନ ନ କରିବେ ତେବେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି ।
ସେହି ଅଧିକାରୀମାନେ ମଧ୍ୟ ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ନେଉଛନ୍ତି । ସେମାନେ ଏଲିଅନ୍ଙ୍କ ଦୁନିଆରେ ରହୁନାହାନ୍ତି ବୋଲି ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର ଏବଂ ଜଷ୍ଟିସ୍ ସୁମନ ଶ୍ୟାମ୍ଙ୍କ ଖଣ୍ଡପୀଠ କହିବା ସହ ବ୍ରିହନ ମୁମ୍ବାଇ ନଗର ନିଗମ(ବିଏମ୍ସି) କମିଶନରଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ଅଦାଲତଙ୍କ କଡ଼ା ଆଭିମୁଖ୍ୟ ପରେ ବିଏମ୍ସି ଓକିଲ ନିଜ ଦଲିଲ ରଖିଥିଲେ । ସେ କୋର୍ଟଙ୍କୁ କହିଥିଲେ, ଅନେକ ନିର୍ମାଣସ୍ଥଳୀରେ କାମ ରୋକାଯିବା ପାଇଁ ନୋଟିସ୍ ଜାରି କରାଯାଇଛି । ପ୍ରାୟ ୬୦୦ ସାଇଟରୁ ୪୦୦ଟିରେ ଏୟାର କ୍ୱାଲିଟି ମନିଟରିଂ ଡିଭାଇସ୍ ଲଗାଯାଇଛି । ତେବେ ଅଦାଲତ ଏହି ଜବାବରେ ସନ୍ତୁଷ୍ଟ ହୋଇ ନ ଥିଲେ ।
କହିଥିଲେ, ଏହି ସମସ୍ତ ପଦକ୍ଷେପ କେବଳ କୋର୍ଟଙ୍କ ଆଦେଶ ପରେ ନିଆଯାଇଛି । କିନ୍ତୁ ବର୍ଷ ବର୍ଷ ଧରି ନିଜ ମନକୁ କେହି ଏ ଦିଗରେ ପ୍ରୟାସ କରିନାହାନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications