ଭାଙ୍ଗିବ ମେଣ୍ଟ, ଏକାକି ଲଢ଼ିବ କଂଗ୍ରେସ!
ଚଣ୍ଡିଗଡ଼: ଦିଲ୍ଲୀ ପରେ ହରିୟାଣାରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ବିଧାନସଭା ନିର୍ବାଚନରେ ଅଲଗା ଅଲଗା ପ୍ରତିଦ୍ୱନ୍ଦ୍ୱିତା କରିବେ । ହରିୟାଣା ର ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ସିଏମ ଭୁପିନ୍ଦର ସିଂ ହୁଡା କହିଛନ୍ତି ଯେ ଲୋକସଭା ନିର୍ବାଚନରେ ମିଳିତ ମଞ୍ଚ ଜାତୀୟ ସ୍ତରରେ ଥିଲା, କିନ୍ତୁ ବିଧାନସଭା ନିର୍ବାଚନରେ କୌଣସି ମେଣ୍ଟ ହେବ ନାହିଁ ।
କଂଗ୍ରେସ ଏବଂ ଆପ୍ ହରିୟାଣାରେ ଏକାଠି ନିର୍ବାଚନ ଲଥିଲେ । କଂଗ୍ରେସ ରାଜ୍ୟର ୧୦ ଟି ଲୋକସଭା ଆସନ ମଧ୍ୟରୁ ୫ ଟି ଜିତିଥିବାବେଳେ ୫ ଟି ଆସନ ବିଜେପିକୁ ଯାଇଛି । ଏହାପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ କୌଣସି ମେଣ୍ଟକୁ ଆପ୍ ପ୍ରତ୍ୟାଖ୍ୟାନ କରି କହିଥିଲା ଯେ ଆରମ୍ଭରୁ ଏହା ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନର ମିଳିତ ମଞ୍ଚ କେବଳ ଲୋକସଭା ନିର୍ବାଚନ ପାଇଁ ଏକାଠି ତଥା ମେଣ୍ଟରେ ଳଢ଼ିବ ।

ରାଜ୍ୟରେ କିଛି ଦିନ ପୂର୍ବେ ମିଳିତ ମେଣ୍ଟ ଭାଙ୍ଗିବାର ସୂଚନା ଦୃଶ୍ୟମାନ ହୋଇଥିଲା । ଯେତେବେଳେ କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡା ଇଣ୍ଡିଆ ଗଠନରେ ଏକ ବଡ଼ ବିବୃତ୍ତି ଦେଇଥିଲେ । ସେ କହିଥିଲେ ଯେ ଆମ ଆଦମୀ ପାର୍ଟି(ଆପ୍) ସହ ଆମର ମେଣ୍ଟ କେବଳ ଲୋକସଭା ନିର୍ବାଚନରେ ସୀମିତ ଥିଲା । ସେ କହିଥିଲେ କଂଗ୍ରେସ ଏକୁଟିଆ ବିଧାନସଭା ନିର୍ବାଚନରେ ଲଢ଼ିବାକୁ ସକ୍ଷମ । ଏହି କାରଣରୁ କଂଗ୍ରେସ ଏକୁଟିଆ ହରିୟାଣାରେ ବିଧାନସଭା ନିର୍ବାଚନ ଲଢ଼ିବ । ଆମକୁ ହରିୟାଣାକୁ ବଞ୍ଚାଇବାକୁ ହେବ ଏବଂ ଏଥିରେ ପରିବର୍ତ୍ତନ ଆଣିବାକୁ ପଡିବ ।
ସୂଚନାଯୋଗ୍ୟ, ସେପ୍େଟମ୍ବର-ଅକ୍ଟୋବରରେ ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ଘୋଷଣା କରାଯିବ । ହରିୟାଣା ବିଧାନସଭାର କାର୍ଯ୍ୟକାଳ ୩ ନଭେମ୍ବର ୨୦୨୪ରେ ଶେଷ ହେଉଛି । ଗତ ୧୦ ବର୍ଷ ଧରି ହରିୟାଣାରେ ବିଜେପି ସରକାର ଅଛି ।












Click it and Unblock the Notifications