Get Updates
Get notified of breaking news, exclusive insights, and must-see stories!

କୌଣସି ନଗଦ ଟଙ୍କା ଜବତ ହୋଇନାହିଁ; ଜଷ୍ଟିସ୍ ବର୍ମା

ଜଷ୍ଟିସ୍ ଯଶୱନ୍ତ ବର୍ମା ତାଙ୍କ ବାସଭବନରୁ ନଗଦ ଟଙ୍କା ଜବତ ହେବା ମାମଲାରେ ମହାଭିଯୋଗ ପ୍ରକ୍ରିୟାର ସମ୍ମୁଖୀନ ହେଉଛନ୍ତି। ବୁଧବାର ସେ ଏକ ସଂସଦୀୟ କମିଟିକୁ କହିଛନ୍ତି ଯେ ନିଆଁ ଲାଗିବା ସମୟରେ ସେ ତାଙ୍କ ଘରେ ଉପସ୍ଥିତ ନ ଥିଲେ ଏବଂ କୌଣସି ନଗଦ ଟଙ୍କା ଉଦ୍ଧାର କରାଯାଇ ନାହିଁ। ଗତବର୍ଷ ମାର୍ଚ୍ଚରେ ଦିଲ୍ଲୀସ୍ଥିତ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରୁ ଅଗ୍ନିକାଣ୍ଡ ଘଟିବା ପରେ ବିପୁଳ ନଗଦ ଟଙ୍କା ମିଳିଥିଲା।

ତତ୍କାଳୀନ ପ୍ରଧାନ ବିଚାରପତି ଏହି ଘଟଣାକୁ ଗ୍ରହଣ କରି ଜଷ୍ଟିସ୍ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଥିଲେ। ୨୦୨୫ ଅଗଷ୍ଟରେ ଲୋକସଭା ବାଚସ୍ପତି ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରିଥିଲେ। କମିଟିକୁ ଦେଇଥିବା ଜବାବରେ ଜଷ୍ଟିସ୍ ବର୍ମା କହିଛନ୍ତି ଯେ, ଘଟଣା ଘଟିବା ସମୟରେ ସେ ନ ଥିଲେ। ତେଣୁ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗର ତ୍ରୁଟି ପାଇଁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ।

justice verma

ଉପସ୍ଥିତ ପୁଲିସ ଓ ଅଗ୍ନିଶମ ଅଧିକାରୀମାନେ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିଲେ ବୋଲି ଜଷ୍ଟିସ୍ ବର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣା ସମୟରେ ପ୍ରାରମ୍ଭରେ କୌଣସି ଉଦ୍ଧାର କରାଯାଇ ନ ଥିଲା ଏବଂ ଘଟଣାସ୍ଥଳରୁ ନଗଦ ଟଙ୍କା ମିଳିଥିବା ଦାବି ପରେ ସାମ୍ନାକୁ ଆସିଥିଲା।

ଗତବର୍ଷ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଏହି ସିଦ୍ଧାନ୍ତ ନେଇଥିଲା ଯେ, ଯେଉଁ କୋଠରିରେ ନଗଦ ଟଙ୍କା ମିଳିଥିଲା ତାହା ଉପରେ ଜଷ୍ଟିସ୍ ବର୍ମା ଓ ତାଙ୍କ ପରିବାର ସଦସ୍ୟଙ୍କ ସକ୍ରିୟ ନିୟନ୍ତ୍ରଣ ଥିଲା। ତଦନ୍ତ କମିଟି ଗଠନକୁ ଚ୍ୟାଲେଞ୍ଜ କରି ବିଚାରପତି ବର୍ମା ନିକଟରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+