ନୀତିଶଙ୍କ ଭୋଜିକୁ ଆସିଲେନି ୬ ଜେଡ଼ିୟୁ ବିଧାୟକ

ନୀତିଶଙ୍କ ଭୋଜିକୁ ଆସିଲାଣି ଜେଡିୟୁର 6 ବିଧାୟକ । ବିହାରରେ ରାଜନୈତିକ ଅସ୍ଥିରତା ପୁଣି ଥରେ ତୀବ୍ର ହୋଇଛି । ଏହାର କାରଣ ହେଉଛି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫେବୃଆରୀ 12 ରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ କରିବାକୁ ପଡିବ । ଏହାରି ଭିତରେ ଉଭୟ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ନିଜ ନିଜ ବିଧାୟକଙ୍କୁ ଏକଜୁଟ ରଖିବା ପାଇଁ ଉଦ୍ୟମ କରୁଛନ୍ତି ।

nitish kumar

ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ବାସଭବନରେ ଜେଡିୟୁ ଦ୍ୱାରା ଏକ ଭୋଜି ଆୟୋଜନ କରାଯାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନୀତୀଶ ଏବଂ ଜେଡିୟୁ ବିଧାୟକମାନେ ଉପସ୍ଥିତ ଥିଲେ ।

ନୀତୀଶ କୁମାର ଶ୍ରବଣ କୁମାରଙ୍କ ବାସଭବନରେ ଆୟୋଜିତ ଭୋଜିରେ ଯୋଗ ଦେଇଥିଲେ କିନ୍ତୁ ପାଞ୍ଚ ମିନିଟ ମଧ୍ୟରେ ଚାଲି ଯାଇଥିଲେ। ଗଣମାଧ୍ୟମର ପ୍ରଶ୍ନ ଉପରେ ନୀତୀଶ କିଛି କହି ନାହାଁନ୍ତି, ସେ କେବଳ ହସି ହସି ଚାଲିଗଲେ । ସୂଚନାନୁସାରେ, ନୀତୀଶ କୁମାର ଭୋଜିରେ 6 ଜଣ ବିଧାୟକଙ୍କୁ ନ ଦେଖିବା ପରେ ରାଗି ଯାଇଥିଲେ। କୁହାଯାଉଛି ଯେ କିଛି ବିଧାୟକ ଅସୁସ୍ଥ କାରଣରୁ ଆଉ କିଛି ପାରିବାରିକ କାରଣରୁ ଭୋଜିରେ ଯୋଗଦେଇ ନାହାଁନ୍ତି । ଏଥି ସହିତ ବିଧାୟକମାନେ ଭୋଜିରେ ନ ଆସିବା କାରଣରୁ ରାଜନୈତିକ ମହଲରେ ଚର୍ଚ୍ଚା ଦେଖାଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+