ଗୁରୁବାର ଶପଥ ନେବେ ନୀତୀଶ !ଉତ୍ସବରେ ଭାଗ ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତା ୨୦ରେ ବିହାରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ। ଗୁରୁବାର ଶପଥ ନେବେ ନୀତୀଶ କୁମାର। ୧୦ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଏନେଇ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶପଥ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ପାଟନାରେ ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାଲି ପାଟନାରେ ବସିବ ବିହାର ବିଜେପି ବିଧାୟକ ଦଳ ବୈଠକ। ବୈଠକରେ ଚୟନ ହେବେ ବିଧାୟକ ଦଳ ନେତା। ଅନ୍ୟ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ।

nitish kumar

ଗତକାଲି ଇସ୍ତଫା ଦେଇଥିଲେ ନୀତୀଶ କୁମାର। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଥିଲେ ନୀତୀଶ କୁମାର। ତାଙ୍କ ଇସ୍ତଫା ପରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବରେ ରହିବାକୁ ଅନୁରୋଧ କରିଥିଲେ । ବିହାରରେ ସରକାର ଗଠନ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି। ଇସ୍ତଫା ଦେବା ପୂର୍ବରୁ ନୀତିଶ କୁମାର ସରକାରଙ୍କ ଶେଷ କ୍ୟାବିନେଟ୍‌ ବୈଠକ କରିଥିଲେ, ଯେଉଁଥିରେ କ୍ୟାବିନେଟ ଭାଙ୍ଗିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା। କ୍ୟାବିନେଟ ବୈଠକ ଶେଷ ହେବା ପରେ ସେ ରାଜଭବନ ଯାଇ ଇସ୍ତଫା ପ୍ରଦାନ କରିଥିଲେ।

ଜେଡିୟୁ ନେତା ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ଥିବାବେଳେ ଭାଜପାକୁ ୧୫ରୁ ୧୬ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷେ ଜେଡିୟୁରୁ ୧୪ ଜଣ ମନ୍ତ୍ରୀ ହୋଇପାରନ୍ତି ବୋଲି ଏକ ବିଶେଷ ସୂଚନା ମିଳିଛି। ନିର୍ବାଚନରେ ଭାଜପା ୮୯ ଆସନ ଜିତିଥିବା ବେଳେ ଜେଡିୟୁ ୮୫ ଆସନରେ ବିଜୟୀ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+