Get Updates
Get notified of breaking news, exclusive insights, and must-see stories!

ନୀତିଶ ହେବେ ଇଣ୍ଡିଆ ମେଣ୍ଟର ସଂଯୋଜକ !

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ବଡ ଦାୟିତ୍ଵ ନେଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୂଚନାନୁସାରେ, ନୀତୀଶ ଏବଂ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ନେତାମାନେ ଆସନ୍ତାକାଲି ଜୁମ୍ ଆପ୍ ଆଲୋଚନା କରିବେ । ଇଣ୍ଡିଆ ମେଣ୍ଟରେ ନୀତୀଶଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିଚାର କରି କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କୁ ସଂଯୋଜକ କରିବାକୁ ପ୍ରସ୍ତାବ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

india

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଠାରୁ କଂଗ୍ରେସ ମଧ୍ୟ ସମ୍ମତି ନେଇଛି । ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ଦକ୍ଷିଣ ଭାରତୀୟ ଦଳ ଏବଂ ବାମପନ୍ଥୀ ନେତାଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ସୂଚନା ଅନୁଯାୟୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ବହୁ ବଡ କଂଗ୍ରେସ ନେତା ଜୁମ୍ ଆପରେ ରହିବେ ।

ନୀତୀଶ କୁମାରଙ୍କୁ ମେଣ୍ଟର ସଂଯୋଜକ କରିବା ପଛରେ ମଧ୍ୟ ଅନେକ କାରଣ ରହିଛି । ପ୍ରଥମେ ସେ ବିରୋଧୀଦଳମାନଙ୍କ ଏକଜୁଟ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗତବର୍ଷ ସେ ଭିନ୍ନ ଭିନ୍ନ ରାଜ୍ୟ ଗସ୍ତ କରି ବିରୋଧୀଦଳର ନେତାମାନଙ୍କୁ ଏକାଠି କରିଥିଲେ । ଏଣୁ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସୂତ୍ରଧର ବୋଲି ମଧ୍ୟ କୁହାଯାଇପାରିବ । ୨୦୨୩ ଜୁନ ମାସରେ ସେ ୧୫ଟି ଅଣ ବିଜେପି ଦଳଙ୍କୁ ଗୋଟିଏ ମଞ୍ଚରେ ବସାଇବାରେ ସକ୍ଷମ ହୋଇଥିଲେ । ତେବେ ଅସନ୍ତାକାଲିର ଜୁମ୍‌ ମିଟିଂ ପରେ ନୀତୀଶ ଇଣ୍ଡିଆ ମେଣ୍ଟର ସଂଯୋଜକ ହେବେ ନା ନାହିଁ ତାହା ସ୍ପଷ୍ଟ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+