ଜାତି ଆଧାରିତ ଜନ ଗଣନା: ନୀତିଶଙ୍କ ନେତୃତ୍ଵରେ ମୋଦିଙ୍କୁ ଭେଟିବେ ୧୦ ଦଳର ପ୍ରତିନିଧି

ଜାତି ଆଧାରିତ ଜନ ଗଣନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତା କାଲି ସାକ୍ଷାତ କରିବାକୁ ଥିବା ନେତାମାନଙ୍କ ତାଲିକା ଆଜି ସାମ୍ନାକୁ ଆସିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ସୋମବାର ସକାଳ ୧୧ଟା ବେଳେ ମୋଦିଙ୍କୁ ଏହି ପ୍ରତିନିଧି ମଣ୍ଡଳ ସାକ୍ଷାତ କରିବେ।

nitish kumar

ଏଥିରେ ବିହାର ବିଧାନସଭା ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ, କଂଗ୍ରେସର ଅଜିତ୍ ଶର୍ମା, ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ମେହବୁବ୍ ଆଲମ୍, ଏଆଇଏମ୍‌ଆଇଏମ୍‌ର ଅଖ୍‌ତରୁଲ୍ ଇମାମ, ହିନ୍ଦୁସ୍ତାନୀ ଆବାମ୍ ମୋର୍ଚ୍ଚାର ଜିତନ୍ ରାମ୍ ମାନ୍‌ଝି, ବିକାଶଶୀଳ ଇନ୍ସାନ୍ ପାର୍ଟିର ମୁକେଶ ସହ୍‌ନି, ଜନକ୍ ରାମ୍‌ଙ୍କ ସହିତ ୧୧ଜଣ ନେତା ସାମିଲ ହେବେ ।

ସୂଚନା ଯୋଗ୍ୟ ଯେ, ବିହାରରେ ଏନ୍‌ଡିଏ ସରକାର ଅଛି, ଯେଉଁଥିରେ ବିଜେପି ଓ ଜନତା ଦଳ ୟୁନାଇଟେଡ୍‌ର ମିଳିତ ଭାବେ ସରକାର ଗଠନ କରିଛନ୍ତି। ବିଜେପି ଜାତି ଆଧାରିତ ଜନ ଗଣନା ସପକ୍ଷରେ ନଥିବା ବେଳେ ଜେଡିୟୁ ତଥା କଂଗ୍ରେସ ସମେତ ଅନ୍ୟାନ୍ୟ ଦଳଗୁଡିକ ଜାତି ଭିତ୍ତିକ ଜନଗଣନା କରିବାକୁ ଦାବି କରୁଛନ୍ତି। ବିରୋଧୀଙ୍କ ଯୁକ୍ତି ହେଲା, ଜାତି ଭିତ୍ତିକ ଜନଗଣନା ଦ୍ବାରା ପଛୁଆବର୍ଗଙ୍କ ବିଷୟରେ ତଥ୍ୟ ସଠିକ୍ ଭାବରେ ସଂଗ୍ରହ ହୋଇପାରିବ ଏବଂ ଏହା ଫଳରେ ସେମାନଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିବାରେ ସହାୟକ ହୋଇପାରିବ। ଏହା କେବଳ ବିହାର ନୁହେଁ, ବିଭିନ୍ନ ରାଜ୍ୟର ଦାବି ବୋଲି କହିଛନ୍ତି ନୀତିଶ୍ ।

ପତ୍ରକାରମାନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ନୀତିଶ କହିଛନ୍ତି ଯେ ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ଜଣେ ପ୍ରତିନିଧି ସାମିଲ ହେବେ। ସମୁଦାୟ ୧୦ଟି ରାଜନୈତିକ ଦଳର ଜଣେ ଲେଖାଏଁ ସଦସ୍ୟ ପ୍ରତିନିଧି ମଣ୍ଡଳରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ ଏନେଇ ସକାରାତ୍ମକ ଚର୍ଚ୍ଚା ହେବ ବୋଲି ନୀତିଶ୍ ଆଶା ବ୍ୟକ୍ତ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+