୮ରେ ଜେଡିୟୁରେ ଯୋଗଦେବେ ନୀତିଶ କୁମାରଙ୍କ ପୁଅ, ହୋଇପାରନ୍ତି ଉପ ମୁଖ୍ୟମନ୍ତ୍ରୀ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଭରିଥିଲେ । ଏହାପରେ ତାଙ୍କ ପୁଅ ନିଶାନ୍ତ କୁମାର ୮ ତାରିଖରେ ଜେଡିୟୁରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଜେଡିୟୁ ନେତା ନୀରଜ କୁମାର ଏହା ସ୍ପଷ୍ଟ କରିଛନ୍ତି ।

ନୀରଜଙ୍କ ଅନୁସାରେ, ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଏବଂ ମନ୍ତ୍ରୀଙ୍କ ଏକ ବୈଠକ ବସିଥିଲା । ସେଠାରେ ନୀତୀଶ ଭାବପ୍ରବଣ ହୋଇଯାଇଥିଲେ । ଏହା ଦେଖି ବିଧାୟକମାନେ କାନ୍ଦିଥିଲେ । ସମସ୍ତେ ଏକସ୍ୱରରେ ତାଙ୍କ ରାଜ୍ୟସଭା ଯିବା ନିଷ୍ପତ୍ତିକୁ ବିରୋଧ କରିବା ସହ ସେଥିନେଇ ପୁନଃବିଚାର କରିବାକୁ ଅନୁରୋଧ କରିଥିଲେ ।
ତେବେ ନୀତୀଶ କହିଥିଲେ ଯେ, ସେ ବିହାରରେ ମଧ୍ୟ ରହିବେ । ସବୁ କିଛି ଉପରେ ନଜର ରଖିବେ । ତେଣୁ ତାଙ୍କର ରାଜ୍ୟସଭା ଯିବା ନିଷ୍ପତ୍ତି ଦ୍ୱାରା କୌଣସି ସମସ୍ୟା ସୃଷ୍ଟି ହେବନାହିଁ । ଏହାପରେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, ସାଂସଦ ସଞ୍ଜୟ ଝା ରାଜ୍ୟ ରାଜନୀତିରେ ନିଶାନ୍ତ ପ୍ରବେଶ କରିବା ଉଚିତ୍ ବୋଲି ପ୍ରସ୍ତାବ ଦେଇଥିଲେ । ବିଧାୟକମାନେ ସେହି ପ୍ରସ୍ତାବକୁ ଆଗ୍ରହର ସହ ସ୍ୱୀକାର କରିଥିଲେ । ସେ ଅନୁସାରେ ରବିବାର ନିଶାନ୍ତ ଜେଡିୟୁରେ ସାମିଲ ହେବାକୁ ଯାଉଛନ୍ତି । ନିଶାନ୍ତ ହେଉଛନ୍ତି ଜଣେ ସଫ୍ଟୱେର ଇଞ୍ଜିନିୟର । ନୂଆ ସରକାରରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ଚାଲିଛି ।












Click it and Unblock the Notifications