Get Updates
Get notified of breaking news, exclusive insights, and must-see stories!

ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲା ନୀତିଶ କୁମାରଙ୍କ ନାଁ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ଏକ ରେକର୍ଡ ହାସଲ କରିଛନ୍ତି । ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିଜୟ ପରେ, ନୀତୀଶ କୁମାର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏଥିପାଇଁ ନୀତୀଶ କୁମାରଙ୍କ ନାଁ ଏବେ ଲଣ୍ଡନ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି । ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ନେଇ ଲଣ୍ଡନ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ତାଙ୍କୁ ଚିଠି ମାଧ୍ୟମରେ ଅଭିନନ୍ଦନ ଜଣାଯାଇଛି।

ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ ଏକ ଚିଠିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅଭିନନ୍ଦନ ଜଣାଇ କହିଛି ଯେ, ଏହା ଗର୍ବର ବିଷୟ । ୧୯୪୭ ରୁ ୨୦୨୫ ମଧ୍ୟରେ ଆପଣ ଏମିତି ଜଣେ ନେତା ଯିଏ ଦଶମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହା ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ଅନନ୍ୟ ସଫଳତା। ଏହି ଅସାଧାରଣ ସଫଳତା ଆପଣଙ୍କ ନିଷ୍ଠା, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ବିହାରବାସୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ।

nitish kumar

ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ ଚିଠିରେ ଉଲ୍ଲେଖ କରିଛି ଯେ, ଦଶ ଥର ପାଇଁ ଗୋଟିଏ ରାଜ୍ୟକୁ ନେତୃତ୍ୱ ଦେବା ଗଣତାନ୍ତ୍ରିକ ଇତିହାସରେ ଏକ ଅନନ୍ୟ ଉପଲବ୍ଧି । ଏହା କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ ବରଂ ସମଗ୍ର ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଶାସନ, ବିକାଶ, ସାମାଜିକ କଲ୍ୟାଣ ଏବଂ ପ୍ରଶାସନିକ ସ୍ଥିରତା ପାଇଁ ଆପଣଙ୍କର ନିରନ୍ତର ପ୍ରୟାସ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ନୀତୀଶଙ୍କୁ ଦେଇଥିବା ଚିଠିରେ ଲେଖାଯାଇଛି ।

ଏହି ଅନୁକରଣୀୟ ଏବଂ ଐତିହାସିକ ସଫଳତାକୁ ସ୍ୱୀକୃତି ଦେବା ପାଇଁ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ ସୂଚନା ଦେଇଛି ଯେ, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମକୁ ଏହାର ମର୍ଯ୍ୟାଦାଜନକ ବିଶ୍ୱସ୍ତରୀୟ ତାଲିକାରେ ଆନୁଷ୍ଠାନିକ ଭାବରେ ଅନ୍ତର୍ଭୁକ୍ତ କରି ତାଙ୍କୁ ସମ୍ମାନିତ କରିବ। ସୂଚନାଯୋଗ୍ୟ, ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍, ଏକ ଅଗ୍ରଣୀ ବିଶ୍ୱସ୍ତରୀୟ ସଂଗଠନ। ଏହି ସଂଗଠନ ବିଶ୍ୱର ବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ, ସାଂସ୍କୃତିକ ଐତିହ୍ୟ ଏବଂ ବିଭିନ୍ନ କ୍ଷେତ୍ରରେ ଅନନ୍ୟ ଅବଦାନକୁ ସମ୍ମାନିତ କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+