ଓ୍ୱାକଫ୍ କୁ ସମର୍ଥନ ପରେ ଜେଡିୟୁରେ ସଙ୍କଟ; ବଢ଼ୁଛି ଦଳୀୟ ନେତାଙ୍କ ଇସ୍ତଫା ସଂଖ୍ୟା..

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ସଂସଦରେ ବିବାଦୀୟ ୱକଫ୍‌ ସଂଶୋଧନ ବିଲ୍‌କୁ ସମର୍ଥନ କରିବା ପରେ ଏହି ପ୍ରସଙ୍ଗ ନେଇ ଦଳରେ ବିବାଦ ବଢ଼ିଛି। ଦଳରେ ଏବେ ଇସ୍ତଫାର ସୁଅ ଛୁଟିଛି। ଦୁଇ ଦିନ ମଧ୍ୟରେ ୫ ଜଣ ନେତା ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି। ଜେଡିୟୁର ବରିଷ୍ଠ ନେତା ମହମ୍ମଦ କାସିମ ଅନ୍‌ସାରି, ମହମ୍ମଦ ଶାହନୱାଜ ମଲିକ, ତବରେଜ ସିଦ୍ଦିକ ଅଲିଗ, ରାଜୁ ନୟାର ଏବଂ ନଦିମ ଅଖତାର ଦଳରୁ ଇସ୍ତଫା ଦେଇଛନ୍ତି।

ନଦିମ, ରାଜୁ ଏବଂ ତବରେଜ ଶୁକ୍ରବାର ଇସ୍ତଫା ଦେଇଥିବାବେଳେ ଶାହନୱାଜ ଏବଂ ମହମ୍ମଦ କାସିମ ଅନ୍‌ସାରି ଗୁରୁବାର ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିଥିଲେ। ରାଜୁ ନୟାର ନିଜ ଇସ୍ତଫାରେ ଲେଖିଛନ୍ତି, 'ୱକଫ୍‌ ସଂଶୋଧନ ବିଲ୍‌ ଗୃହୀତ ହେବା ଏବଂ ଦଳ ବିଲ୍‌କୁ ସମର୍ଥନ କରିଥିବାରୁ ମୁଁ ଜେଡିୟୁରୁ ଇସ୍ତଫା ଦେଉଛି।

Nitish Kumar

ତୀବ୍ର ଅସନ୍ତୋଷ ପ୍ରକାଶ କରି ରାଜୁ କହିଛନ୍ତି, 'ଏହି କଳା ଆଇନ ସମର୍ଥନରେ ଜେଡିୟୁ ଭୋଟ୍‌ ଦେବାଦ୍ବାରା ମୁଁ ଏଥିରେ ଗଭୀର ଆଘାତ ପାଇଛି। ଇତିମଧ୍ୟରେ ପୁର୍ନିଆର ସ୍ବାଧୀନ ସାଂସଦ ପପ୍ପୁ ଯାଦବ ଦାବି କରିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ମାନସିକ ସ୍ଥିତି ଠିକ୍‌ନାହିଁ ଏବଂ ତାଙ୍କର ତାଙ୍କ ଦଳ ଉପରେ ନିୟନ୍ତ୍ରଣ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+