Get Updates
Get notified of breaking news, exclusive insights, and must-see stories!

ମୋଦିଙ୍କ ପାଦ ଛୁଇଁଲେ ନୀତିଶ

ପାଟନା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଗସ୍ତ କରି ରାଜ୍ୟବାସୀଙ୍କୁ ୧୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଏହା ସହିତ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ହାତକୁ ଧରି ନେଇଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଦରଭଙ୍ଗାରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ତିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ପାଦ ଛୁଇଁ ଆଭିବାଦନ ଜଣାଇଥିଲେ । ଏହି ସମୟରେ ମଞ୍ଚରେ ବିଜେପି ଓ ଜେଡିୟୁର ଏକାଧିକ ନେତା ଉପସ୍ଥିତ ଥିଲେ ।

ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ପୂର୍ବରୁ ମଧ୍ୟ ନୀତିଶ କୁମାର ମଞ୍ଚରେ ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରି ସାରିଛନ୍ତି । ଦିଲ୍ଲୀରେ ଏନଡିଏର ସଂସଦୀୟ ବୈଠକେ ନୀତିଶ କୁମାର ମୋଦିଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ ମାତ୍ର ସେ ତାଙ୍କ ହାତକୁ ଧରି ନେଇଥିଲେ । ବିହାରବାସୀଙ୍କ ପାଇଁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Nitish Kumar

ରାଜ୍ୟବାସୀଙ୍କ ପାଇଁ ଏମ୍ସର ଶିଳାନ୍ୟାସ କରିବା ସହିତ ୧୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆମ ସରକାର ଦେଶରେ ଉନ୍ନତ ସ୍ବାସ୍ଥସେବା ପାଇଁ କାର୍ଯ୍ୟ କରୁଛି। ଆଗମୀ ୫ବର୍ଷ ମଧ୍ୟରେ ୭୫ ହଜାର ନୂଆ ମେଡିକାଲ ପଢିବା ନେଇ ସିଟ ବାହାରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+