ରୋଚକ ହେଉଛି ବିହାର ରାଜନୀତି: ଭାଙ୍ଗିଯିବ କି ବିହାର ସରକାର ! ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତିଶ କୁମାର
Nitish Kumar: ରୋଚକ ହେଉଛି ବିହାର ରାଜନୀତି । ମହାଗଠବନ୍ଧନ ଛାଡି ବିଜେପି ସହ ମିଶି ସରକାର ଗଠନ କରିପାରନ୍ତି ନୀତିଶ କୁମାର ଏନେଇ ଜାତୀୟ ଗଣମାଧ୍ୟରେ ଜୋର ଧରିଛି ଚର୍ଚ୍ଚା । ସେହିପରି ଭାଙ୍ଗିଯାଇ ପାରେ ଜିଜିୟୁ-ଆରଜେଡି ମେଣ୍ଟ । ତେବେ ଆସନ୍ତା ୨୮ ତାରିଖରେ ନୀତିଶ କୁମାର ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଏବଂ ସୁଶୀଲ ମୋଦି
ଉପ-ମୁଖ୍ୟମନ୍ତ୍ରୀ ଭାବେ ନେଇପାରନ୍ତି ଶପଥ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଜେପି ସହ ନୀତିଶ କୁମାରଙ୍କର ସମସ୍ତ ଚୁକ୍ତି ଫାଇନାଲ ହୋଇଯାଇଛି । ସେହିପରି ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ନୀତିଶ ହିଁ ବିବାହର ମୁଖ୍ୟମନ୍ତ୍ରୀ ରହିବେ । ହେଲେ ଚଳିତ ବର୍ଷ ବିହାରରେ ଦିଇଟି ନିର୍ବାଚନ ହେବା ନେଇ ମଧ୍ୟ ଖବର ରହିଛି ଅର୍ଥାତ୍ ଲୋକସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରେ । ସେହିପରି ଜେଡିୟୁ ସମସ୍ତ ବିଧାୟକଙ୍କୁ ରାଜ୍ୟରେ ଉପସ୍ଥିତ ରହିବା ପାଇଁ ସୂଚନା ଦେବା ସହ ସମସ୍ତ ଦଳୀୟ କାର୍ଯ୍ୟ ମଧ୍ୟ ରଦ୍ଦ କରାଯାଇଛି ।

ଅନ୍ୟପକ୍ଷରେ ଆଦି ସାଧାରଣତନ୍ତ୍ର ଦିବସ ଅବସରରେ ନୀତିଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ଦୂରତା ଦେଖିବା ପାଇଁ ମିଳିଥିଲା । ମଞ୍ଚରେ ଉଭୟ ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଏକ ଚେୟାର ଫାଙ୍କା ପଡିଥିବାରେ ଦେଖିବା ପାଇଁ ମିଳିଥିଲା । ଯାହା ପରେ ଜେଡିୟୁ-ଆରଜେଡି ମଧ୍ୟରେ ସବୁ କିଛି ଠିକ୍ ଚାଲିନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି ।












Click it and Unblock the Notifications